ଓଡିଶା

odisha

ETV Bharat / bharat

ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣ ଉଦଘାଟନୀ ଅଧିବେଶନ, ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ - ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଶନିବାର) ଜୁଲାଇ ୩୦ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ

ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

By

Published : Jul 29, 2022, 10:45 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଶନିବାର) ଜୁଲାଇ ୩୦ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଜିଲ୍ଲା ଆଇନସେବା ପ୍ରାଧିକରଣ (District Legal Services Authorities) ର ପ୍ରଥମ ଜାତୀୟ ସ୍ତରୀୟ ସମ୍ମିଳନୀ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ଦ୍ୱାରା ଜୁଲାଇ ୩୦ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଡିଏଲଏସଏ ଗୁଡିକ ମଧ୍ୟରେ ସମାନତା ଓ ସମନ୍ୱୟ ସ୍ଥାପନ ପାଇଁ ସମନ୍ୱିତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ବୈଠକରେ ଆଲୋଚନା ହେବ ।

ଦେଶରେ ସମୁଦାୟ ୬୭୬ ଜିଲ୍ଲା ଆଇନସେବା ପ୍ରାଧିକରଣ (District Legal Services Authorities) ରହିଛି । ଜିଲ୍ଲା ଜଜ ଅଧ୍ୟକ୍ଷ ଭାବେ ଏହି ପ୍ରାଧିକରଣର ଦାୟିତ୍ୱ ତୁଲାଇଥାନ୍ତି । ଡିଏଲଏସଏ ଓ ରାଜ୍ୟ ଆଇନସେବା ପ୍ରାଧିକରଣ (ଏସଏଲଏସଏ)ଗୁଡିକ ମାଧ୍ୟମରେ ଆଇନ ସହାୟତା ପ୍ରଦାନ କରିବା ସହ ଏନଏଏଲଏସଏ ଦ୍ୱାରା ଆରମ୍ଭ ସଚେତନତା କାର୍ଯ୍ୟକ୍ରମଗୁଡିକୁ ରୂପାୟନ କରିଥାଏ । ଏନଏଏଲଏସଏ ଦ୍ୱାରା ଆୟୋଜିତ ଲୋକ ଅଦାଲତଗୁଡିକୁ ପରିଚାଳନା କରି ଡିଏଲଏସଏ ଅଦାଲତର ବୋଝ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

For All Latest Updates

TAGGED:

ABOUT THE AUTHOR

...view details