ଓଡିଶା

odisha

ETV Bharat / bharat

୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ (Pragati Maidan New Delhi) ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭା (90th Interpol General Assembly) କୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Oct 17, 2022, 10:52 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ (Pragati Maidan New Delhi) ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭା (90th Interpol General Assembly) କୁ ସମ୍ବୋଧିତ କରିବେ ।

ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅକ୍ଟୋବର ୧୮ ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୋଲିସ ମୁଖ୍ୟ, ଜାତୀୟ କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟ ମାନେ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୯୫ ଇଣ୍ଟରପୋଲ ସଦସ୍ୟର ପ୍ରତିନିଧି ମଣ୍ଡଳୀ ସାମିଲ ହେବେ । ଏହି ସାଧାରଣ ସଭା ଇଣ୍ଟରପୋଲର ସର୍ବୋଚ୍ଚ ନିୟାମକ ମଣ୍ଡଳୀ ଓ ନିଜ କାର୍ଯ୍ୟକ୍ରମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ।

ଭାରତରେ ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ ଇଣ୍ଟରପୋଲ ସାଧାରଣ ସଭା ଆୟୋଜିତ ହେବ । ପୂର୍ବରୁ ୧୯୯୭ ରେ ଏହା ଭାରତରେ ଆୟୋଜିତ ହୋଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଇଣ୍ଟରପୋଲ ସାଧାରଣ ସଭା ୨୦୨୨ ଆୟୋଜନ ପାଇଁ ଭାରତର ପ୍ରସ୍ତାବ ବହୁମତରେ ସାଧାରଣ ସଭା ଦ୍ୱାରା ସ୍ୱୀକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱ ସମ୍ମୁଖରେ ଭାରତର ଆଇନ ଓ ଶୃଙ୍ଖଳା ସହ ଜଡିତ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ ।

କେନ୍ଦ୍ର ଗୃହମନ୍ତ୍ରୀ, ଇଣ୍ଟରପୋଲ ସଭାପତି ଅହମ୍ମଦ ନାସେର ଅଲ ରଇସି, ମହାସଚିବ ଜର୍ଗନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ ।

ABOUT THE AUTHOR

...view details