ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ କିଷାନ) ଯୋଜନାରେ ଆଜି 2020ର ଶେଷ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ-କିଷାନ ଯୋଜନା ଅଧିନରେ ପରବର୍ତ୍ତୀ ରାଶି ଜାରି କରିବେ । 9 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ 18 ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 6ଟି ରାଜ୍ୟର ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ । ଉକ୍ତ କାର୍ଯ୍ୟକ୍ରମରେ ପିଏମ-କିଷାନ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କୃଷକମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ । ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।