ଓଡିଶା

odisha

ETV Bharat / bharat

ଆଜି ମୋଦିଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ - ସେବା ଓ ସମର୍ପଣ କ୍ୟାମ୍ପେନ

ବିଶ୍ବର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ । ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି । ଅଧିକ ପଢନ୍ତୁ

ଆଜି ମୋଦିଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ
ଆଜି ମୋଦିଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

By

Published : Sep 17, 2022, 10:08 AM IST

Updated : Sep 17, 2022, 10:19 AM IST

ହାଇଦ୍ରାବାଦ: ଆଜି ବିଶ୍ବର ସବୁଠୁ ଲୋକପ୍ରିୟ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି(PM Modi turns 72 today) । ଏହି ଅବସରରେ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତାଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ରାଜନେତାମାନେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ବିଜେପି ଆଜିଠୁ ୨୧ ଦିନିଆ 'ସେବା ଓ ସମର୍ପଣ' କ୍ୟାମ୍ପେନ ଲଞ୍ଚ କରିବ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟ ଠାରେ ମୋଦିଙ୍କ ଜୀବନ ଓ ନେତୃତ୍ବ ଉପରେ ଆଧାରିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ । ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ସମାନ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ମହାଆଡମ୍ବରରେ ପାଳନ କରିବାକୁ ବିଜେପି ପ୍ରସ୍ତୁତି କରିଛି । ଦଳ ପକ୍ଷରୁ ଆଜି ବିଭିନ୍ନ ସେବାମୂଳକ କାର୍ଯ୍ୟ, ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଆଦି ନାନା କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ବିଶେଷକରି ତାମିଲନାଡୁରେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରାଯିବ । ଆଜି ଚେନ୍ନାଇର ଆରଏସଆର ସରକାରୀ ହସ୍ପିଟାଲରେ ଜନ୍ମ ହୋଇଥିବା ସମସ୍ତ ନବଜାତକଙ୍କ ସୁନାମୁଦି ଉପହାର ଦିଆଯିବ ।

ସେହିପରି ଜନ୍ମଦିନ ଅବସରରେ ଆଜି ନରେନ୍ଦ୍ର ମୋଦି ଦିନ ପ୍ରାୟ ୧୦ଟା ୪୫ ମିନିଟ ସମୟରେ ନାମ୍ବିଆରୁ ଆସିଥିବା ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ । ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସ୍ବୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ଗୋଷ୍ଠୀ ସଦସ୍ୟ ଓ ପ୍ରତିନିଧିମାନଙ୍କ ସହିତ କରହଲ, ସେଓପୁରଠାରେ ଆଲୋଚନା କରିବେ ।

1950 ମସିହା ଆଜିର ଦିନରେ ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ନରେନ୍ଦ୍ର ମୋଦିଙ୍କ ଜନ୍ମ । ସେ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ବାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ତଥା(RSS) ରେ ମାତ୍ର 8 ବର୍ଷ ବୟସରେ ଯୋଗ ଦେଇଥିଲେ ମୋଦି । 8 ବର୍ଷ ବୟସରୁ ବାଲ୍ ସ୍ବୟଂସେବକ ଭାବେ RSS ରେ ଯୋଗ ଦେଇଥିବା ନରେନ୍ଦ୍ର ବର୍ତ୍ତମାନର ପ୍ରଧାନସେବକ ନରେନ୍ଦ୍ର ମୋଦି ଭାବେ ପରିଚିତ ।

ଏହାମଧ୍ୟ ପଢନ୍ତୁ:ଆଜି ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ମୋଦି ଉଚ୍ଚ ମାଧ୍ୟମିକ ଶିକ୍ଷା ସାରିବା ପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଗୁଜୁରାଟର ଏକ ଷ୍ଟେସନରେ ଚା’ ବିକ୍ରି କରୁଥିଲେ । ଯଶୋଦାବେନ ଛମାନାଲ ନାମକ ଏକ ଯୁବତୀଙ୍କୁ ବିବାହ କରିବା ପରେ ସେ 18 ବର୍ଷ ବୟସରେ ଘର ଛାଡି ଥିଲେ । ଏହାପରେ 1971 ମସିହାରେ ଗୁଜୁରାଟ ଫେରିବା ପରେ RSS ର ଏକ ପ୍ରମୁଖ ସଦସ୍ୟ ଭାବେ ଯୋଗ ଦେଇଥିଲେ । 2001 ରୁ 2014 ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ଏହାପରେ 2014ରେ ଭାରତର 14ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ସେବେଠାରୁ ମୋଦିଙ୍କ ପ୍ରଧାନମନ୍ତ୍ରୀ ଯାତ୍ରା ଜାରି ରହିଛି । ତେବେ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ ।

Last Updated : Sep 17, 2022, 10:19 AM IST

ABOUT THE AUTHOR

...view details