ଓଡିଶା

odisha

ETV Bharat / bharat

ସୋମବାର ବାରାଣାସୀକୁ ମୋଦିଙ୍କ ଦିପାବଳୀ ଉପହାର, 37 ପ୍ରକଳ୍ପର କରିବେ ଉଦଘାଟନ - prime-minister-narendra-modi

ସୋମବାର ଭିଡିଓ କନଫେରେନ୍ସ ଜରିଆରେ ବାରାଣାସୀରେ 37ଟି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ସୋମବାର ବାରାଣାସୀକୁ ମୋଦିଙ୍କ ଦିପାବଳୀ ଉପହାର, 37 ପ୍ରକଳ୍ପର କରିବେ ଉଦଘାଟନ
ସୋମବାର ବାରାଣାସୀକୁ ମୋଦିଙ୍କ ଦିପାବଳୀ ଉପହାର, 37 ପ୍ରକଳ୍ପର କରିବେ ଉଦଘାଟନ

By

Published : Nov 8, 2020, 8:51 PM IST

ଲକ୍ଷ୍ନୌ: ଦିପାବଳୀ ପୂର୍ବରୁ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀବାସୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଭିଡିଓ କନଫେରେନ୍ସ ଜରିଆରେ ବାରାଣାସୀରେ 37ଟି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦି କାଶୀରେ 614 କୋଟି ଟଙ୍କା ମୂଲ୍ୟର 37ଟି ନୂତନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ ପକ୍ଷରୁ ବାରାଣାସୀର ଜିଲ୍ଲାପାଳ କାର୍ଯ୍ୟାଳକୁ ଏନେଇ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛି।

ବିଜେପିର ମହାନଗର ନିଗମ ବିଦ୍ୟାସାଗର ରାୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ ସିଟି ଯୋଜନା ଅଧୀନରେ ସହରର ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୋଦି 20ଟି ପ୍ରକଳ୍ପର ଉଦଘାଟନ କରିବେ। ଏହା ବ୍ୟତୀତ ସାରନାଥ ପ୍ରତ୍ନତାତ୍ତ୍ବାକ ଭଗ୍ନାବଶେଷରେ ଲାଇଟ୍‌ ଏବଂ ସାଉଣ୍ଡ ସିଷ୍ଟମର ଭିତ୍ତି ପ୍ରସ୍ତର, 105 ଅଙ୍ଗନୱାଡି କେନ୍ଦ୍ର ଏବଂ 101 ଆଶ୍ରୟ କେନ୍ଦ୍ର ପ୍ରକଳ୍ପ, ଗଙ୍ଗା ପ୍ରଦୂଷଣ ନିୟନ୍ତ୍ରଣ ୟୁନିଟ, କେନ୍ଦ୍ରୀୟ କାରାଗାର , ବିହନ ଷ୍ଟୋରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବିମାନବନ୍ଦରରେ ନିର୍ମିତ ଦୁଇଟି ଏରୋବ୍ରିଜ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

9,000 କୋଟି ଟଙ୍କା ମୂଲ୍ୟର 135 ଟି ପ୍ରକଳ୍ପ ଉପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦ କ୍ଷେତ୍ର ବାରାଣାସୀରେ କାର୍ଯ୍ୟ ଜାରି ରହିଛି। ରବିବାର ଗୁଜୁରାଟକୁ ଏକ ବଡ ଉପହାର ଦେଇ ପ୍ରଧାନମନ୍ତ୍ରୀ ମୋଦି ହାଜିରାରେ ରୋପାକ୍ସ ଟର୍ମିନାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଘୋଗା ଏବଂ ହାଜିରା ମଧ୍ୟରେ ରୋପାକ୍ସ ଫେରି ସେବା ଆରମ୍ଭ ହେବା ସହିତ ଆଜି ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟର ଲୋକଙ୍କ ସ୍ବପ୍ନ ପୁରା ହୋଇଛି ।

ABOUT THE AUTHOR

...view details