ଓଡିଶା

odisha

ETV Bharat / bharat

Assembly Result: ଏହି ବିଜୟ ୨୦୨୪ ଫଳାଫଳ ପାଇଁ ସଂକେତ କହିଲେ ମୋଦି

ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ମତାଦାତାଙ୍କୁ ଅଭିନନ୍ଦନ । ଆଜିର ଦିନ ଉତ୍ସାହର ଦିନ, ଆଜିର ଦିନ ଉତ୍ସବର ଦିନ । ଦଳୀୟ କାର୍ଯ୍ୟକର୍ତ୍ତା ମତେ କଥା ଦେଇଥିଲେ, ମାର୍ଚ୍ଚ ୧୦ରୁ ହୋଲି ପାଳନ କରିବାକୁ । ଆଜି ତାହା ହୋଇଛି । ଅଧିକ ପଢନ୍ତୁ

By

Published : Mar 10, 2022, 10:29 PM IST

Updated : Mar 10, 2022, 10:55 PM IST

ମୋଦି
ମୋଦି

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ସମେତ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ (Assembly Election Results) ର ଫଳାଫଳ ଆସିସାରିଛି । କେବଳ ପଞ୍ଜାବ ଛାଡି ଗୈରିକ ଦଳ ବିଜେପି ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ଦଳ କ୍ଷମତା ବଜାୟ ରଖିଛି । ଏଥିସହ ଗୁରୁତ୍ବପୂର୍ଣ୍ଣ ୟୁପିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଯାହାକୁ ନେଇ ଏବେ ବିଜେପି ଶିବିରରେ ଉତ୍ସବର ମାହୋଲ। ଆଉ ଏହି ଉତ୍ସବରେ ସାମିଲ ହୋଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି।

ଆଜି ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ମତାଦାତାଙ୍କୁ ଅଭିନନ୍ଦନ । ଆଜିର ଦିନ ଉତ୍ସାହର ଦିନ, ଆଜିର ଦିନ ଉତ୍ସବର ଦିନ । ଦଳୀୟ କାର୍ଯ୍ୟକର୍ତ୍ତା ମତେ କଥା ଦେଇଥିଲେ, ମାର୍ଚ୍ଚ ୧୦ ରୁ ହୋଲି ପାଳନ କରିବାକୁ । ଆଜି ତାହା ହୋଇଛି । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ, ନିଷ୍ଠା ଓ ତପସ୍ୟାକୁ ମୁଁ ପ୍ରଣାମ କରୁଛି । ସମସ୍ତ କାର୍ଯ୍ୟକର୍ତ୍ତା ଦଳୀୟ ଅଧ୍ୟକ୍ଷଙ୍କ ମାର୍ଗ ଦର୍ଶନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପାଇଁ ବିଜୟର ଚୌକା ମାରିଛନ୍ତି । ଏହି ବିଜୟ ଭାରତୀୟ ଲୋକତନ୍ତ୍ର ପାଇଁ ଅନେକ ଗୁରୁତ୍ବବହନ କରୁଛି ।

ସେହିପରି ୫ ଟି ରାଜ୍ୟରେ ମହିଳାଙ୍କ ଭୂମିକା, ମତଦାନକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ମହିଳାଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୋଦି କହିଛନ୍ତି 36 ବର୍ଷ ପରେ ୟପିରେ କୌଣସି ସରକାର କ୍ଷମତା ବଜାୟ ରଖିଛି । ଗୋଆରେ ଦଳ ହ୍ୟାଟ୍ରିକ ମାରିଛି । ଉତ୍ତରାଖଣ୍ଡରେ ମଧ୍ୟ କୌଣସି ସରକାର ଲଗାତାର କ୍ଷମତା ବଜାୟ ରଖିଛି । ପାହାଡି ରାଜ୍ୟ ମଣିପୁରରେ ମଧ୍ୟ ଦଳ ବମ୍ପର ବିଜୟ ହାସଲ କରିଛି । ପଞ୍ଜାବ ଫଳାଫଳକୁ ନେଇ ମୋଦି ମଧ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରି କହିଛନ୍ତି ଆମର କାର୍ଯ୍ୟକର୍ତ୍ତା ପ୍ରତିକୂଳ ସ୍ଥିତିରେ ମଧ୍ୟ ସଂଗ୍ରାମ ଜାରି ରଖିଛନ୍ତି । ଆମେ କୌଣସି ସ୍ଥିତିରେ ପଞ୍ଜାବ ଲୋକଙ୍କ ଆସ୍ଥା ଜିତିବୁ । ପଞ୍ଜାବର ବିକାଶ, ସୁରକ୍ଷା ଆମର ଦାୟିତ୍ବ । ତେଣୁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଏହି ଜନାଦେଶ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ସ୍ଥିର କରିଛି ।

ସେହିଭଳି ମୋଦି ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଅର୍ଥନୈତି, ସୁରକ୍ଷା ସମ୍ପର୍କରେ ସରକାର କରିଥିବା କାମ ଉଲ୍ଲେଖ କରଛନ୍ତି । ଏହାସହ ବିନା କୌଣସି ଭେଦଭାବରେ ବିଜେପି ସରକାର ଲୋକଙ୍କ ପାଇଁ କାମ କରିବ ବୋଲି କହିଛନ୍ତି ।

ସେହିପରି ନିଜ ସମ୍ବୋଧନରେ ପରିବାରବାଦକୁ ନେଇ ପୁଣି ଥରେ ବର୍ଷିଛନ୍ତି ମୋଦି । କହିଛନ୍ତି ମୁଁ କୌଣସି ପରିବାର ବିରୋଧରେ ନୁହେଁ । କିନ୍ତୁ ଲୋକତନ୍ତ୍ରରେ ପରିବାରବାଦ ବିରୋଧୀ । ପରିବାରବାଦ ଦେଶପ୍ରତି କ୍ଷତି ପହଞ୍ଚାଇଛି । ମୁଁ ଆଜି କହୁଥିବା ବାକ୍ୟ ଲେଖି ରଖିଥାନ୍ତୁ...ମୋର ବିଶ୍ବାସ ଏମିତି ଏକ ଦିନ ଆସିବ ଜନତା ପରିବାରବାଦର ରାଜନୀତିକୁ ଅସ୍ତ କରିଦେବେ ।

ଏହି ପରିବାରବାଦ ସରକାର ଭ୍ରଷ୍ଟାଚାର ବିରୋଧରେ କାମ କଲେ ତାଙ୍କର ଇକୋ ସିଷ୍ଟମ ବ୍ୟବହାର କରି ସାମ୍ବିଧାନିକ ସଂସ୍ଥାକୁ ବଦନାମ କରୁଛନ୍ତି । କିନ୍ତୁ ଆମର ଭ୍ରଷ୍ଟାଚାର ବିରୋଧରେ ଲଢେଇ ଜାରି ରହିବ । ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ପାଇଁ କୌଣସି ଶକ୍ତି ଆମକୁ ଅଟକାଇ ପାରିବ ନାହିଁ । ପ୍ରତ୍ୟେକ ଗିରବ ପରିବାରର ହକ ଘରେ ଘରେ ନପହଞ୍ଚାଇବା ଯାଏଁ ମୁଁ ଚୁପ ବସିବି ନାହିଁ ।

@ANI

Last Updated : Mar 10, 2022, 10:55 PM IST

ABOUT THE AUTHOR

...view details