ଓଡିଶା

odisha

ETV Bharat / bharat

AIIMSରେ କୋଭିଡ୍ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ମୋଦି

AIIMSରେ କୋଭିଡ୍ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି
AIIMSରେ କୋଭିଡ୍ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Mar 1, 2021, 7:20 AM IST

Updated : Mar 1, 2021, 7:56 AM IST

07:13 March 01

AIIMSରେ କୋଭିଡ୍ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଟିକା ନେଲେ ମୋଦି । ପ୍ରଧାନମନ୍ତ୍ରୀ  ଆଜି କୋଭାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି। ତେବେ ଦେଶର ଘଡିସନ୍ଧି ମୁହୁର୍ତ୍ତରେ ଆଗଧାଡିରେ ରହି କାର୍ଯ୍ୟରତ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକା ନେବାକୁ ମୋଦି ଆହ୍ବାନ ଦେଇଛନ୍ତି। ଏହାସହ ଯେଉଁମାନେ ଟିକା ନେବାକୁ ଯୋଗ୍ୟ ଅଟନ୍ତି ସେମାନଙ୍କୁ ମଧ୍ୟ ନେବାକୁ ଅନୁରୋଧ କରିଛନ୍ତି । ସିଷ୍ଟର ପି ନିଭେଦାଙ୍କ ତତ୍ତ୍ବାବଧାନରେ ମୋଦି ଟିକା ନେଇଛନ୍ତି।

“ ଏମ୍ସରେ COVID-19 ଟିକାର ପ୍ରଥମ ଡୋଜ୍ ମୋତେ ଦିଆଗଲା । ଉଲ୍ଲେଖନୀୟ ଯେ ଆମର ଡାକ୍ତର ଏବଂ ବୈଜ୍ଞାନିକମାନେ ଶୀଘ୍ର COVID-19 ବିରୁଦ୍ଧରେ ଏହି ବିଶ୍ବ ଯୁଦ୍ଧକୁ ଜିତିବାକୁ ଦିନରାତି କାର୍ଯ୍ୟ କରୁଛନ୍ତି। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ଅଟନ୍ତି ମୁଁ ସେମାନଙ୍କୁ ନିବେଦନ କରୁଛି ଏହି ଟିକା ନେବାକୁ। ମିଳିତ ଭାବେ, ଆସନ୍ତୁ ଭାରତ କୋଭିଡ୍ 19 ମୁକ୍ତ କରିବା! ” ବୋଲି ମୋଦି ନିଜେ ଟ୍ବିଟ କରିଛନ୍ତି।

ଖବର ଥାଉକି, ଆଜିଠୁ ବୟସ୍କ ନେବେ ଟିକା। ୬୦ରୁ ଉର୍ଦ୍ଧ୍ବ ତଥା ରୋଗାଗ୍ରସ୍ତ ଥିବା 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦିଆଯିବ ଭ୍ୟାକସିନ। କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ କରି ନଥିଲେ ଅନ୍ ଲାଇନରେ ପଞ୍ଜୀକରଣ କରି ନେଇ ପାରିବେ ଟିକା।

Last Updated : Mar 1, 2021, 7:56 AM IST

ABOUT THE AUTHOR

...view details