ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ଠାରୁ 11 ଅକ୍ଟୋବର ପର୍ଯ୍ୟନ୍ତ ଗୁଜୁରାଟ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଗୁଜୁରାଟ ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ 6.45ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ପୂଜା କରିବେ । ପରେ ସନ୍ଧ୍ୟା 7.30ରେ ସୂର୍ଯ୍ୟ ମନ୍ଦିର ଯିବେ ।
PM Visit Gujurat: ଆଜିଠୁ ଗୁଜୁରାଟ-ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ - ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ଆଜି ଗୁଜୁରାଟ ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ 6.45 ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ପୂଜା କରିବେ । ପରେ ସନ୍ଧ୍ୟା 7.30 ରେ ସୂର୍ଯ୍ୟ ମନ୍ଦିର ଯିବେ । ଅଧିକ ପଢନ୍ତୁ
ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ 10 ଅକ୍ଟୋବରର ପ୍ରାୟ 11ରେ ବିଭିନ୍ନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଅପରାହ୍ନ 3.15ରେ ଅହମ୍ମଦାବାଦରେ ମୋଦି ଶୈକ୍ଷଣିକ ସ୍କୁଲର ଉଦଘାଟନ କରିବେ । ଏହାପରେ ସନ୍ଧ୍ୟା ସାଢେ ପାଞ୍ଚଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ 11 ଅକ୍ଟୋବରର ଦିନ 2ଟା 15ରେ ସିଭିଲ ହସପିଟାଲ ଅସରୱା, ଅହମ୍ମଦାବାଦରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପରେ ସେଠାରୁ ସିଧାସଳଖ ମଧ୍ୟ ପ୍ରଦେଶ ଗସ୍ତ କରିବେ । ମଧ୍ୟ ପ୍ରଦେଶ ଉଜ୍ଜୟିନୀରେ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ । ଯେଉଁଠାରେ ସନ୍ଧ୍ୟା ପ୍ରାୟ 5ଟା ରେ ଶ୍ରୀ ମହାକାଳେଶ୍ବରଙ୍କୁ ଦର୍ଶନ କରିବେ । ପରେ ସନ୍ଧ୍ୟା 6.30ରେ ଶ୍ରୀ ମହାକାଳ କରିଡରକୁ ଉଦଘାଟନ କରିବେ ।