ଓଡିଶା

odisha

By

Published : Aug 2, 2021, 2:03 PM IST

ETV Bharat / bharat

ଆସାମ ସାଂସଦଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ, ଫିଟିପାରେ ସମାଧାନର ବାଟ

ନର୍ଥଇଷ୍ଟର ଏହି ଦୁଇ ରାଜ୍ୟର ପୁରୁଣା ବିବାଦକୁ ସମାଧାନ କରି ବିକାଶ ରାସ୍ତାରେ ନେଇଯିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଘଟଣା ପରଠାରୁ ଉଭୟ ରାଜ୍ୟ କେନ୍ଦ୍ର ଉପରେ ସବୁ ଛାଡି ଦେଇଥିବାରୁ ଏବେ କେନ୍ଦ୍ର ସରକାର ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Prime MinistePrime Minister Narendrar Narendra
Prime Minister Narendra

ନୂଆଦିଲ୍ଲୀ:ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ସାକ୍ଷାତ କରିବେ । ଗତ ମାସ ସୀମାରେ ଘଟିଥିବା ସଂଘର୍ଷକୁ ନେଇ ଏବେ ଦୁଇ ନର୍ଥ ଇଷ୍ଟ ପଡୋଶୀ ଆସାମ ଓ ମିଜୋରାମ ମୁହାଁମୁହିଁ ସ୍ଥିତିରେ । ସୀମାରେ ଶାନ୍ତି ବଜାୟ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି ସତ ହେଲେ ସ୍ଥିତି ଏଯାଏଁ ହୋଇନାହିଁ ସ୍ବାଭାବିକ ।

ଏବେ ନର୍ଥଇଷ୍ଟର ଏହି ଦୁଇ ରାଜ୍ୟର ପୁରୁଣା ବିବାଦକୁ ସମାଧାନ କରି ବିକାଶ ରାସ୍ତାରେ ନେଇଯିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଘଟଣା ପର ଠାରୁ ଉଭୟ ରାଜ୍ୟ କେନ୍ଦ୍ର ଉପରେ ସବୁ ଛାଡି ଦେଇଥିବାରୁ ଏବେ କେନ୍ଦ୍ର ସରକାର ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଘଟଣା ପରଠାରୁ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାବାଦ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଲ୍ଲୀ ଡକାଇ କେନ୍ଦ୍ର ଗୃହ ସଚିବ ଆଲୋଚନା କରିଛନ୍ତି ।

ଏହାରି ଭିତରେ ସ୍ଥିତିରେ ସୁଧାର ଆଣିବା ପାଇଁ ନିଜେ ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ । ଆଜି ସଂଧ୍ୟାରେ ଆସାମର ସମସ୍ତ ସାଂସଦଙ୍କ ସହ ଆଲୋଚନା କରିବେ । ଏନେଇ ଆସାମ ସାଂସଦଙ୍କୁ ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ଯାଇଛି । ବର୍ତ୍ତମାନ ସ୍ଥିତି କଣ ଅଛି, କଣ ରହିବା ଆବଶ୍ୟକ, କଣ କରାଗଲେ ଉଭୟ ରାଜ୍ୟ ପାଇଁ ଠିକ ହେବତାହା ଲୋକ ପ୍ରତିନିଧିଙ୍କ ଠାରୁ ପ୍ରଧାନମନ୍ତ୍ରୀ ପରାମର୍ଶ ଲୋଡିବେ । ଏହା ପରେ ମିଜୋରାମର ରାଜନେତାଙ୍କ ସହ ମଧ୍ୟ ଆଲୋଚନା କରିବେ । ପରେ ଘଟଣାର ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୬ରେ ଆସାମ-ମିଜୋରାମ ସୀମାରେ ସଂଘର୍ଷ ଘଟି ଆସାମ ପୋଲିସର ୬ ଜଣ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ ଏବେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details