ଓଡିଶା

odisha

ETV Bharat / bharat

ଆସନ୍ତାକାଲି ଆଇନ ଓ ନ୍ୟାୟ ସମ୍ମିଳନୀ, ଯୋଗଦେବେ PM ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତାକାଲି(୩୦ ଅପ୍ରେଲ) ଅନୁଷ୍ଠିତ ହେବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନେଇ ଯୁଗ୍ମ ସମ୍ମିଳନୀ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବା ସହ ନ୍ୟାୟିକ ବ୍ୟବସ୍ଥାକୁ ନେଇ ନିଜର ବିବୃତ୍ତି ରଖିବେ । ଅଧିକ ପଢନ୍ତୁ

ଆଇନ ଓ ନ୍ୟାୟ ସମ୍ମିଳନୀ: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି
ଆଇନ ଓ ନ୍ୟାୟ ସମ୍ମିଳନୀ: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି

By

Published : Apr 29, 2022, 10:04 PM IST

ନୂଆଦିଲ୍ଲୀ: ଆସନ୍ତାକାଲି(୩୦ ଏପ୍ରିଲ) ଅନୁଷ୍ଠିତ ହେବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନେଇ ଯୁଗ୍ମ ସମ୍ମିଳନୀ(Joint Conference) । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ମଧ୍ୟ ଯୋଗଦେବା ସହ ନ୍ୟାୟିକ ବ୍ୟବସ୍ଥାକୁ ନେଇ ନିଜର ବିବୃତ୍ତି ରଖିବେ । ଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।

ସେହିଭଳି ସମ୍ମିଳନୀରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା ମଧ୍ୟ ଯୋଗଦେବା ସହ ଆଇନ ଓ ନ୍ୟାୟ ବ୍ୟବସ୍ଥାକୁ ନେଇ ଉଦ୍‌ବୋଧନ ଦେବେ । ଏଥିସହ ଜାତୀୟ ନ୍ୟାୟିକ ଭିତ୍ତିଭୂମି ନିଗମ(National Judicial Infrastructure Corporation) ପ୍ରତିଷ୍ଠା ଲାଗି ମୁଖ୍ୟ ବିଚାରପତି ପ୍ରସ୍ତାବ ଆଗତ କରିବେ ବୋଲି ଜଣାପଡିଛି । ଫଳରେ ଏହି ନିଗମ ପ୍ରତିଷ୍ଠା ହେବା ଦ୍ବାରା ନ୍ୟାୟିକ ଭିତ୍ତିଭୂମିର ବିକାଶ ହୋଇପାରିବ ।

ଏହା ବି ପଢନ୍ତୁ:CM Naveen Visit To Delhi: ଆଜିଠୁ 5 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଏପଟେ ପ୍ରାୟ ୬ ବର୍ଷ ପରେ ଏହି ବୈଠକ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏଥିସହ ସମ୍ମିଳନୀରେ ଜିଲ୍ଲା ନ୍ୟାୟପାଳିକା ଉପରେ ବିଶେଷ ଗୁରୁତ୍ୱକୁ ନେଇ ଆଲୋଚନା କରାଯିବ । ସେହିପରି ବିଭିନ୍ନ କୋର୍ଟରେ ଖାଲି ଥିବା ବିଚାରପତିଙ୍କ ପଦବୀ ପୂରଣ ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ ।

ANI

ABOUT THE AUTHOR

...view details