ନୂଆଦିଲ୍ଲୀ:ଆଜି (ମଙ୍ଗଳବାର) ଶିବଗିରି ତୀର୍ଥଯାତ୍ରା 90ତମ ବାର୍ଷିକୀ । କେରଳର ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ମହାନ ସାମାଜିକ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନରେ ଶିବଗିରି ତୀର୍ଥଯାତ୍ରା ଏବଂ ବ୍ରହ୍ମା ବିଦ୍ୟାଳୟ ଆରମ୍ଭ ହୋଇଥିଲା । ପୂର୍ବାହ୍ନ 10ଟା 30ରେ ସୁବର୍ଣ୍ଣ ଜୟନ୍ତୀ ସହ ଜଡିତ ସମାରୋହ ଆରମ୍ଭ ହେବ । ପ୍ରତିବର୍ଷ ଶିବଗିରି ତୀର୍ଥଯାତ୍ରା 30 ଡିସେମ୍ବରରୁ ଜାନୁଆରୀ ପହିଲା ଭିତରେ ହୁଏ । ଶ୍ରୀ ନାରାୟଣ ଗୁରୁଙ୍କ ମତରେ ତୀର୍ଥଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ସାମଗ୍ରିକ ବିକାଶ ଏବଂ ସମୃଦ୍ଧତାରେ ସାହାଯ୍ୟ କରିବା । ସ୍ବଚ୍ଛତା, ହସ୍ତତନ୍ତ, ବାଣିଜ୍ୟ, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ସଂଗଠିତ ପ୍ରୟାସର ଆଠଟି ବିଷୟବସ୍ତୁ ଉପରେ ଧ୍ୟାନ ଦିଆଯାଏ ।