ଓଡିଶା

odisha

ETV Bharat / bharat

Election Result 2022: BJP ମୁଖ୍ୟାଳୟ ଯିବେ ମୋଦି, ସନ୍ଧ୍ୟାରେ ବିଜୟ ଉତ୍ସବ - ବିଜେପି ପାଳିବ ବିଜୟ ଉତ୍ସବ

ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ (Election Result) ଆସିବାରେ ଲାଗିଛି । ପ୍ରାରମ୍ଭିକ ମତଗଣନା ଫଳଫଳ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ବହୁମତ ପାର କରିସାରିଥିବା ବେଳେ, ପଞ୍ଚାବରେ ଝାଡୁ ଝଡରେ କଂଗ୍ରେସ ସଫା ହୋଇଯିବା ଦ୍ବାର ଦେଶରେ । ଅଧିକ ପଢନ୍ତୁ

ପଛରେ ପଡିଛନ୍ତି ୪ ମୁଖ୍ୟମନ୍ତ୍ରୀ
ପଛରେ ପଡିଛନ୍ତି ୪ ମୁଖ୍ୟମନ୍ତ୍ରୀ

By

Published : Mar 10, 2022, 4:22 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ସମେତ ୪ ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଆସିଥିବା ଲିଡ୍ ଏବଂ ଟ୍ରେଣ୍ଡକୁ ଦେଖିଲେ ୪ ଟି ରାଜ୍ୟରେ ଦଳର ବିଜୟ ସମ୍ଭାବନା ବଢିଯାଇଛି । ତେବେ ବିଜୟ ପରେ ଆଜି ଦଳୀୟ ମୁଖ୍ୟାଳୟ ଯାଇ ଦଳର ନେତା, କର୍ମୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସଂଧ୍ୟା ୬ ଟାରେ ପ୍ରଧାନମନ୍ତ୍ରୀ ନିଜ ବାସଭବନରୁ ସିଧା ବିଜେପି ମୁଖ୍ୟାଳୟରେ ପହଞ୍ଚିବେ ।

ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ମୁଖ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଥିବା ଦିବଂଗତ ଦଳୀୟ ନେତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ପ୍ରଧାନମନ୍ତ୍ରୀଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯିବା ସହ ଦଳର ବିଜୟ ପାଇଁ ଧନ୍ୟବାଦ ଦିଆଯିବ ।

ବିଜେପି ମୁଖ୍ୟାଳୟ ଯିବେ ମୋଦି, ସଂଧ୍ୟାରେ ବିଜୟ ଉତ୍ସବ

ପରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିବେ । ଏହି ବିଜୟ ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଏକାଧିକ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ବିଧାୟକ ନେତା କର୍ମୀ ସାମିଲ ହେବେ । ଯାହାର ପ୍ରସ୍ତୁତି ଶେଷ ହୋଇଛି ।

ବିଜେପି ମୁଖ୍ୟାଳୟ ଯିବେ ମୋଦି, ସଂଧ୍ୟାରେ ବିଜୟ ଉତ୍ସବ

ସୂଚନାଯୋଗ୍ୟ ଆଜି ଆସିଥିବା ୫ ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପିକୁ ବଡ ସଫଳତା ମିଳିଛି । ଦଳ ୟୁପିରେ ୨୬୪ ଆସନରେ ବିଜୟ ଅଭିମୁଖେ ଅଗ୍ରସର ହେଉଥିବା ବେଳେ, ସପା ୧୨୯ ଆସନରେ ଆଗୁଆ ରହିଛି । ସେହିପରି ବିଜେପି ଉତ୍ତରାଖଣ୍ଡରେ ୪୭ ଟି ଆସନରେ ଆଗୁଆ ଥିବାବେଳେ, ମଣିପୁରରେ ମଧ୍ୟ ୨୫ ଟି ଆସନରେ ବିଜୟୀ ହୋଇସାରିଛି । ଏହାବାଦ ଗୋଆରେ ମଧ୍ୟ ଦଳ ବହୁମତ ପାଇବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି ।

@ANI

ABOUT THE AUTHOR

...view details