ଓଡିଶା

odisha

ETV Bharat / bharat

କୋଭିଡ୍ ଭ୍ୟାକ୍ସିନ ଦ୍ବିତୀୟ ଡୋଜ ନେଲେ ପ୍ରଧାନମନ୍ତ୍ରୀ ମୋଦି - AIIMS

ଆଜି ଏମ୍ସରେ କୋରୋନାର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

By

Published : Apr 8, 2021, 8:04 AM IST

Updated : Apr 8, 2021, 2:57 PM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଏମ୍ସ ହସ୍ପିଟାଲରେ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ପୂର୍ବରୁ ମାର୍ଚ୍ଚ 1ରେ ପ୍ରଥମ ଡୋଜ ଟିକା ନେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି

ଦ୍ବିତୀୟ ଡୋଜ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଆଜି କୋରୋନାର ଦ୍ବିତୀୟ ଡୋଜ ଟିକା ନେଇଛି । କୋରୋନାକୁ ହରାଇବାକୁ ହେଲେ ଟିକା ହିଁ ଏକମାତ୍ର ମାଧ୍ୟମ । ଯଦି ଆପଣ ଟିକା ନେବାକୁ ଯୋଗ୍ୟ ତେବେ ତୁରନ୍ତ ଟିକା ନିଅନ୍ତୁ ଏବଂ ଏ ନେଇ କୋ ୱିନ ଆପରେ ନାମ ପଞ୍ଜିକରଣ କରନ୍ତୁ ।

ପଞ୍ଜାବର ନିଶା ଶର୍ମା ଓ ପୁଡୁଚେରୀର ପି ନିବେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଡୋଜ ଟିକା ଦେଇଥିଲି । ଆଜି ମୋଦିଙ୍କୁ ଦ୍ବିତୀୟ ଡୋଜ ଟିକା ଦେବା ସହିତ ତାଙ୍କୁ ଭେଟିବା ପାଇଁ ଆଉ ଥରେ ସୁଯୋଗ ପାଇଛି ବୋଲି କହିଛନ୍ତି ନର୍ସ ପି ନିବେଦା ।

ଅନ୍ୟପଟେ ମୋଦିଙ୍କୁ ଦ୍ବିତୀୟ ଡୋଜ ଟିକା ଦେଇଥିବା ଅନ୍ୟ ଜଣେ ନର୍ସ ନିଶା ଶର୍ମା କହିଛନ୍ତି ମୁଁ ଆମ ପ୍ରଧାମନ୍ତ୍ରୀଙ୍କୁ କୋଭ୍ୟାକ୍ସିନର ଦ୍ବିତୀୟ ଡୋଜ ଟିକା ଦେଇଛି । ଆଜି ତାଙ୍କୁ ଟିକା ଦେବା ସହିତ ଭେଟିବା ମୋ ପାଇଁ ଏକ ଅବିସ୍ମରଣୀୟ ଦିନ ବୋଲି କହିଛନ୍ତି ନର୍ସ ନିଶା ଶର୍ମା । ଭାରତ ଟୀକାକରଣରେ ଏକ ବଡ ସଫଳତା ହାସଲ କରିଛି । ଏ ପର୍ଯ୍ୟନ୍ତ ଭାରତରେ ପ୍ରାୟ 9କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି ।

ପ୍ରକାଶ ଥାଉ କି, କୋରୋନା ମହାମାରୀ ପାଇଁ ସାରା ଦେଶରେ ଜାନୁଆରୀ 16ରୁ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି । ମାର୍ଚ୍ଚ 1ରୁ ଦେଶର ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2021, 2:57 PM IST

ABOUT THE AUTHOR

...view details