ଓଡିଶା

odisha

ETV Bharat / bharat

ତାମିଲନାଡ଼ୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨ ଦିନରେ କରିବେ ୪ ଦକ୍ଷିଣ ରାଜ୍ୟ ଗସ୍ତ - ଦକ୍ଷିଣ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତାମିଲନାଡ଼ୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଦକ୍ଷିଣରେ ଅନେକ ରାଜ୍ୟ ସହ କେନ୍ଦ୍ର ସରକାରଙ୍କ ସମ୍ପର୍କ ଏତେଟା ଭଲ ନଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ୨ ଦିନ ମଧ୍ୟରେ ୪ଟି ଦକ୍ଷିଣ ରାଜ୍ୟ ଗସ୍ତ କରିବେ । ଅଧିକ ପଢ଼ନ୍ତୁ

prime minister Narendra Modi on South visit in Karnataka, Tamil Nadu, Andhra Pradesh and Telangana
ତାମିଲନାଡ଼ୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨ ଦିନରେ କରିବେ ୪ ଦକ୍ଷିଣ ରାଜ୍ୟ ଗସ୍ତ

By

Published : Nov 11, 2022, 7:07 PM IST

ଚେନ୍ନାଇ:ତାମିଲନାଡ଼ୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଆଜି(ଶୁକ୍ରବାର) ତାମିଲନାଡ଼ୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡ଼ୁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ତାଙ୍କୁ ସ୍ବାଗତ କରିଛନ୍ତି । ଏହାପରେ ସେ ଗାନ୍ଧୀଗ୍ରାମ ଗସ୍ତ କରିଛନ୍ତି । ଏଠାରେ ୩୬ତମ ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌, ରାଜ୍ୟପାଳ ଆର୍‌ଏନ୍‌ ରବି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଗାନ୍ଧୀବାଦୀ ଚିନ୍ତାଧାରା ଧୀରେଧୀରେ ପ୍ରାସଙ୍ଗିକ ହେବାରେ ଲାଗିଛି । କୌଣସି ଲଢ଼େଇ ଶେଷ କରିବାକୁ ହେଉ ବା ଜଳବାୟୁ ସଙ୍କଟ କଥା ହେଉ, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଆଜି ବି ଅନେକ ଚ୍ୟାଲେଞ୍ଜର ଜବାବ । ଗାନ୍ଧୀଗ୍ରାମ ଉଦଘାଟନ ସ୍ବୟଂ ମହାତ୍ମା ଗାନ୍ଧୀ କରିଥିଲେ । ତାଙ୍କ ବିଚାରଧାରା ଆଜି ବି ଏଠାରେ ପ୍ରତିଫଳିତ ହୁଏ ।"

ଏହାପୂର୍ବରୁ କର୍ଣ୍ଣାଟକ ଗସ୍ତ କରି କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍‌-୨ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ସେଠାରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ନାଦାପ୍ରଭୁ କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।

ବର୍ତ୍ତମାନ ଦକ୍ଷିଣରେ ଅନେକ ରାଜ୍ୟ ସହ କେନ୍ଦ୍ର ସରକାରଙ୍କ ସମ୍ପର୍କ ଏତେଟା ଭଲ ନଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ୨ ଦିନ ମଧ୍ୟରେ ୪ଟି ଦକ୍ଷିଣ ରାଜ୍ୟ ଗସ୍ତ କରିବେ । ମୋଦି ୪ଟି ରାଜ୍ୟ ଗସ୍ତ କରି ୨୫ ହଜାର କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ତଥା ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । କର୍ଣ୍ଣାଟକରେ ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟି ରଖି ପ୍ରଧାନମନ୍ତ୍ରୀ ଦକ୍ଷିଣ ଗସ୍ତରେ ବାହାରିଛନ୍ତି ବୋଲି ଆଲୋଚନା ହେଉଛି । ଦୁଇ ଦିନ ମଧ୍ୟରେ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେପଟେ ବିଜେପି ଉପରେ ଭାରତ ଯୋଡ଼ ପଦଯାତ୍ରାର ପ୍ରଭାବ ପଡ଼ିଥିବା ଚର୍ଚ୍ଚା ହେଉଛି । ଦକ୍ଷିଣରେ କଂଗ୍ରେସକୁ ଏହି ପଦଯାତ୍ରାରେ ବିପୁଳ ସମର୍ଥନ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ରାଜ୍ୟ ଗସ୍ତରେ ବାହାରିଥିବା ଆଲୋଚନା ହେଉଛି ।

ABOUT THE AUTHOR

...view details