ଓଡିଶା

odisha

Chandrayaan-3 Success: ବେଙ୍ଗାଲୁରୁରେ ମୋଦି, ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଜଣାଇବେ ଶୁଭେଚ୍ଛା

ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଲେ ମୋଦି। ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 26, 2023, 7:15 AM IST

Published : Aug 26, 2023, 7:15 AM IST

Updated : Aug 26, 2023, 7:29 AM IST

Narendra Modi meet ISRO scientists
Narendra Modi meet ISRO scientists

ବେଙ୍ଗାଲୁରୁ:ଚନ୍ଦ୍ରଯାନ-3ର ସଫଳତାକୁ ନେଇ ଆଜି ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଆଜି ସକାଳେ କର୍ଣ୍ଣାଟକ ଗସ୍ତ କରିଛନ୍ତି । ସକାଳ 6ଟାରେ ସେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ଇସ୍ରୋର ବୈଜ୍ଞାନିକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଚନ୍ଦ୍ରଯାନ-3ର ସଫଳତା ପାଇଁ ଶୁଭେଚ୍ଛା ଜଣାଇବେ ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଇସ୍ରୋର ବୈଜ୍ଞାନିକଙ୍କୁ ସାକ୍ଷାତ କରିବାକୁ ମୁଁ ଅପେକ୍ଷା କରିଛି । ଯେଉଁମାନେ ଚନ୍ଦ୍ରଯାନ-3ରେ ସାମିଲ ରହି ଭାରତକୁ ଗର୍ବିତ କରାଇଛନ୍ତି । ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ମହାକାଶ ଗବେଷଣା କ୍ଷେତ୍ରରେ ଆମ ଦେଶର ସଫଳତା ପଛରେ ଏକ ପ୍ରେରଣାର ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ- PM Telephoned ISRO Chief: ବିକ୍ରମ ଲ୍ୟାଣ୍ଡିଂ କରୁ କରୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଫୋନ

ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ରହିଥିଲେ । ବିଦେଶରୁ ଫେରିବା ପରେ ସିଧା ସେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ପୂର୍ବରୁ ମୋଦିଙ୍କ ରୋଡ ଶୋ' ନେଇ ଚର୍ଚ୍ଚା ହେଉଥିବା ବେଳେ କୌଣସି ରୋଡ ଶୋ' ହେବ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି HAL ବିମାନବନ୍ଦରରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସକାଳ ୬ଟା ସମୟରେ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ବିଜେପି କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ମୋଦିଙ୍କ ଗସ୍ତ ଲାଗି ବେଙ୍ଗାଲୁରୁରେ ଟ୍ରାଫିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Chandrayaan3 Success: ବିଦେଶରୁ ଫେରି ମୋଦିଙ୍କ ସିଧା ବେଙ୍ଗାଲୁରୁ ଗସ୍ତ, ଇସ୍ରୋ ବୈଜ୍ଞାନିକଙ୍କୁ ଜଣାଇବେ ଶୁଭେଚ୍ଛା

ସୂଚନା ଅନୁଯାୟୀ, ଗତ ଅଗଷ୍ଟ 23 ତାରିଖ ସନ୍ଧ୍ୟା 6ଟା 04ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରୁ ସିଧାସଳଖ ଇସ୍ରୋ ସହିତ ଯୋଡ଼ି ହୋଇଥିଲେ । ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଲାଇଭ ଦେଖିଥିଲେ । ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ମୋଦି ଭିଡିଓ କନଫରେନ୍ସି ଜରିଆରେ ଇସ୍ରୋ ମୁଖ୍ୟ ଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବିକ୍ରମ ଲ୍ୟାଣ୍ଡର ଅବତରଣର 6 ଘଣ୍ଟା ପରେ ରୋଭର ପ୍ରଜ୍ଞାନ ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ବୁଲୁଛି । ଗତ 23 ତାରିଖରେ ବିକ୍ରମଠୁ ଅଲଗା ହେବା ପରେ ପ୍ରଜ୍ଞାନ ଗତକାଲି ପର୍ଯ୍ୟନ୍ତ 8 ମିଟର ରାସ୍ତା ଅତିକ୍ରମ କରିଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହିତ ରୋଭର ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡୁଥିବା ବେଳେ ଚନ୍ଦ୍ରର ଦକ୍ଷିଣ ମେରୁରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।

Last Updated : Aug 26, 2023, 7:29 AM IST

ABOUT THE AUTHOR

...view details