ଓଡିଶା

odisha

ETV Bharat / bharat

ଭାରତରେ ସୁଜୁକିର 4 ଦଶନ୍ଧି, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ - ମାରୁତି ସୁଜୁକି ମୋଟର୍ସ

ହରିୟାଣାର ସୋନିପତରେ ହେବ ମାରୁତି ସୁଜୁକି ପ୍ଲାଣ୍ଟ Lay Stone of Maruti Suzuki Kharkhoda plant କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲି ସାମିଲ ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ କମ୍ପାନୀର ତୃତୀୟ ପ୍ଲାଣ୍ଟ, ସୃଷ୍ଟି ହେବ ନିଯୁକ୍ତି । ଅଧିକ ପଢନ୍ତୁ

ସୋନିପତରେ ମାରୁତି ସୁଜୁକି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ସୋନିପତରେ ମାରୁତି ସୁଜୁକି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

By

Published : Aug 28, 2022, 6:06 PM IST

Updated : Aug 28, 2022, 7:34 PM IST

ଅହମ୍ମଦାବାଦ:ଭାରତୀୟ ବଜାରରେ ବ୍ୟବସାୟର 4 ଦଶନ୍ଧି ପୂରଣ କରିଛି ବହୁଦେଶୀୟ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀ ‘‘ସୁଜୁକି’’। ଏହି ଅବସରରେ ଗାନ୍ଧୀନଗରରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ କମ୍ପାନୀର ଏକାଧିକ ପ୍ରକଳ୍ପର ଭର୍ଚ୍ଚୁଆଲି ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ହରିୟାଣାର ସୋନିପତରେ ହେବ ଅଗ୍ରଣୀ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀ ‘ମାରୁତି ସୁଜୁକି’ ଆଉ ଏକ ପ୍ଲାଣ୍ଟ । ଆଜି ପ୍ରଧାନମନ୍ତ୍ରୀ ଏନେଇ ଗାନ୍ଧୀନଗରରେ କମ୍ପାନୀର କାର୍ଯ୍ୟକ୍ରମରୁ ଭର୍ଚ୍ଚୁଆଲି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଗାନ୍ଧୀ ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଆଜି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟ କିଛି ବଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏହି ମୋଟର୍ସ କମ୍ପାନୀର ଅବଦାନ ଭାରତ-ଜାପାନ ବାଣିଜ୍ୟିକ ସମ୍ପର୍କକୁ ମଧ୍ୟ ସୁଦୃଢ କରିଥିବା ଦର୍ଶାଇଥିଲେ । ବିଶେଷ କରି ଗତ 8 ବର୍ଷ ମଧ୍ୟରେ ଏହି ସହଭାଗିତା କମ୍ପାନୀର ଭୂମିକା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଦୃଢତା ଆଣିଛ । ଦୁଇ ଦେଶ ସହଭାଗିତା ସହ ସମ୍ପର୍କର ଶୀର୍ଷରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ତେବେ ଆଜି ହରିୟାଣାର ସୋନିପତରେ କମ୍ପାନୀର ଏକ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଭିତ୍ତିପ୍ରସ୍ତର ସ୍ଥାନନ କରିଛନ୍ତି ପ୍ରଧାନମନ୍ତ୍ରୀ। ହରିୟାଣାରେ ପୂର୍ବରୁ ମଧ୍ୟ କମ୍ପାନୀର 2 ପ୍ଲାଣ୍ଟ ଉତ୍ପାଦନକ୍ଷମ ରହିଛି । ସୋନିପତରେ ପ୍ରସ୍ତାବିତ ଏହି ପ୍ଲାଣ୍ଟକୁ ମିଶାଇ ହରିୟାଣାରେ ମୋଟ 3 ମାରୁତି ସୁଜୁକି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ନିବେଶ ସୁଯୋଗ ସହ ପରୋକ୍ଷ ଓ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା ଉଜ୍ଜଳ ହୋଇଛି ।

ଅନ୍ୟପଟେ ଭାରତୀୟ ଅଟୋମୋବାଇଲ ବାଜରରେ ଦୀର୍ଘ ବର୍ଷ ହେବ ସକ୍ରିୟ ଥିବା ''ମାରୁତି ସୁଜୁକି ମୋଟର୍ସ'' କମ୍ପାନୀ 4 ଦଶନ୍ଧି ପୂରଣ କରିଛି । ଦେଶର ବିଭିନ୍ନ ସ୍ଥାନରେ ଏହାର ଉତ୍ପାଦନକାରୀ ୟୁନିଟ ଥିବାବେଳେ, ହରିୟାଣାର ସୋନିପତରେ ପ୍ରସ୍ତାବିତ କମ୍ପାନୀକୁ ମିଶାଇ ହରିୟାଣାରେ କମ୍ପାନୀ ତାର 3ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି । 4 ଦଶନ୍ଧି ପୂରଣ ଅବସରରେ ଗାନ୍ଧୀନଗରରେ କମ୍ପାନୀ ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗୃହ ରାଜ୍ୟ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

Last Updated : Aug 28, 2022, 7:34 PM IST

ABOUT THE AUTHOR

...view details