ଓଡିଶା

odisha

ବିହୁରେ ଆସାମବାସୀଙ୍କୁ ପ୍ରଥମ ଏମସ ଭେଟି ଦେଲେ ପ୍ରଧାନମନ୍ତ୍ରୀ

By

Published : Apr 14, 2023, 4:32 PM IST

ଆସାମରେ ଏମ୍‌ସ ଗୌହାଟୀ ସହ 3ଟି ମେଡିକାଲ କଲେଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମ ସମେତ ସମଗ୍ର ଉତ୍ତରପୂର୍ବ ଅଞ୍ଚଳ ଏଥିରେ ଉପକୃତ ହେବେ । ଅଧିକ ପଢନ୍ତୁ

pm modi inaugurates Medical colleges in Assam
ବିହୁରେ ଆସାମବାସୀଙ୍କୁ ପ୍ରଥମ ଏମସ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଗୌହାଟୀ:ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ଏମ୍‌ସ ଗୌହାଟୀର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । 2017ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଏମ୍‌ସ ଗୌହାଟୀକୁ ଆସାମବାସୀଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ପବିତ୍ର ବିହୁରେ ଆସାମ ଓ ଉତ୍ତରପୂର୍ବକୁ 1,120 କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ 'ଏମସ ଗୌହାଟୀ' ଏବଂ ଅନ୍ୟାନ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆଜି ଯିଏବି ଉତ୍ତରପୂର୍ବ ଆସୁଛି ଏଠାକାର ରାସ୍ତା, ରେଳ, ଏୟାରପୋର୍ଟ ସହ ଜଡିତ କାର୍ଯ୍ୟକୁ ପ୍ରଶଂସା କରୁଛି । ନର୍ଥଇଷ୍ଟରେ ଆଉ ଏକ ଭିତ୍ତିଭୂମି ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହୋଇଛି ତାହା ହେଉଛି ସାମାଜିକ ଭିତ୍ତିଭୂମି । ଆମେ ସେବକ ଭାବନା ନେଇ କାମ କରୁଛୁ । ସେଥିପାଇଁ ନିର୍ଥଇଷ୍ଟକୁ ନେଇ ନିଜର ଭାବନାପଣ ରହିଛି । ଆଜି ଉତ୍ତରପୂର୍ବାଞ୍ଚଳ ବିକାଶର ଡୋରି ଲୋକ ନିଜେ ସମ୍ଭାଳି ନେଇଛନ୍ତି । ନିର୍ଥଇଷ୍ଟ ବିକାଶ ସହିତ ଭାରତର ବିକାଶ ମନ୍ତ୍ରକୁ ସାଥୀ କରି ଆଗକୁ ବଢୁଛନ୍ତି । ଆମ ସରକାରରେ ନୀତି, ନିୟମ ଏବଂ ନିଷ୍ଠା କୌଣସି ସ୍ବାର୍ଥରୁ ନୁହେଁ ବରଂ ରାଷ୍ଟ୍ର ପ୍ରଥମ, ଦେଶବାସୀ ପ୍ରଥମ ଭାବନାରେ ତିଆରି ହୋଇଛି । ଭୋଟ ବ୍ୟାଙ୍କ ବଦଳରେ ଦେଶ ଜନତାଙ୍କ ସମସ୍ୟାର ସମାଧାନ ଉପରେ ଫୋକସ କରିଛୁ । ଆମ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଯୋଜନା ଦ୍ବାରା ମହିଳାମାନଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଖୁବ ଉପକାରୀ ହୋଇପାରିଛି ।"

ଭାରତର ହେଲ୍ଥ କେୟାର ସିଷ୍ଟମରେ ପରିବର୍ତ୍ତନର ସବ୍‌କା ପ୍ରୟାସ ସବୁଠୁ ବଡ ଆଧାର । କୋରୋନାର ଏହି ସଙ୍କଟ କାଳରେ ଆମେ ସମସ୍ତଙ୍କ ପ୍ରୟାସର ସାମର୍ଥ୍ୟ ଦେଖିଛୁ । ଦୁନିଆର ସବୁଠୁ ବଡ, ସବୁଠୁ ଦ୍ରୁତ, ସବୁଠୁ ପ୍ରଭାବଶୀଳ କୋଭିଟ ଟୀକାକରଣ ଅଭିଯାନକୁ ଆଜି ବିଶ୍ବରେ ପ୍ରଶଂସା କରାଯାଉଛି । ଆମେ ମେଡ୍‌ ଇନ୍‌ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି କମ ସମୟରେ ଅନ୍ୟ ଦେଶ ପାଖରେ ପହଞ୍ଚାଇଛୁ । ଗତ ବର୍ଷ ନର୍ଥଇଷ୍ଟର ଅନେକ କ୍ଷେତ୍ରରେ ବିକାଶ ହୋଇଛି । ବିକାଶର ଏହି ଆନ୍ଦୋଳନରେ କେନ୍ଦ୍ର ସରକାର ଜଣେ ବନ୍ଧୁ, ଜଣେ ସେବକ, ସାଥୀ ହୋଇ ସମସ୍ତ ରାଜ୍ୟର ବିକାଶ କରିଛନ୍ତି ଆଜିର ଏହି କାର୍ଯ୍ୟକ୍ରମ ଏହାର ଜ୍ବଳନ୍ତ ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା: ଆସାମରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଆଜିକାଲି ଏକ ନୂଆ ରୋଗ ଦେଖିବାକୁ ମିଳିଛି । ମୁଁ ଦେଶର ଯେଉଁ ସ୍ଥାନକୁ ଯାଉଛି ଗତ 9ବର୍ଷରେ ହୋଇଥିବା ବିକାଶ ବିଷୟରେ ଚର୍ଚ୍ଚା କରୁଛି ତ କିଛି ଲୋକଙ୍କ ପାଇଁ ତାହା ଚିନ୍ତାର କାରଣ ହୋଇଛି । ଏହା ଏକ ନୂଆ ରୋଗ । କିଛି ଲୋକ ବିଚଳିତ ହୋଇଛନ୍ତି କାରଣ ଦେଶରେ ରାଜୁତି କରିବା ପରେ ବି ସେମାନଙ୍କୁ କାହିଁକି ଉନ୍ନତିର ଶ୍ରେୟ ମିଳିନାହିଁ । ଶ୍ରେୟ ଭୋକିଲା ଥିବା ଲୋକ ଓ ଜନତାଙ୍କ ଉପରେ ରାଜ କରିବା ଭବନା ଦେଶକୁ କ୍ଷତି ପହଞ୍ଚାଇଛି । ଜନତା ଜନାର୍ଦ୍ଦନର ରୂପ ଇଶ୍ବଙ୍କ ରୂପ । ଶ୍ରେୟ ଭୋକିଲା ଲୋକଙ୍କୁ ନର୍ଥଇଷ୍ଟ ଦୂର ଲାଗୁଥିଲା । ଆମେ ସେବା, ସମର୍ପଣ ଭାବନା ନେଇ ଲୋକଙ୍କ ସେବା କରୁଛି । ଯେବେ କୌଣସି କ୍ଷେତ୍ରରେ ପରିବାରବାଦ, ଭଷ୍ଟ୍ରାଚାର ଓ ଅସ୍ଥିରତା ରାଜନୀତି ପଡିଥାଏ ତେବେ ବିକାଶ ହେବା ଅସମ୍ଭବ ହୋଇଯାଇଥାଏ ।" ଏହା ହିଁ ଆମ ହେଲ୍ଥ କେୟାର ସିଷ୍ଟମ ସହ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details