ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋସହିଦ୍ଦେଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ନେତା ଫୋନ ଯୋଗେ ଆଲୋଚନା କରିଥିବା ସୂଚନା ରହିଛି । ବିଶ୍ବରେ କୋଭିଡ ପରିସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ ଭାରତ ବିଶେଷ ଭାବେ ପ୍ରଭାବିତ ହୋଇଛି । ସେହିପରି ଜାପାନ ମଧ୍ୟ କୋଭିଡର ଭୟାବହତା ମଧ୍ୟରେ ଗତି କରୁଛି । ଉଭୟ ଦେଶରେ ଦେଖାଯାଇଥିବା ମହାମାରୀ ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦୁଇ ଦେଶରେ ସହଭାଗିତାରେ ମିଳିତ ମୁକାବିଲା ଓ ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ଓ ବିଶ୍ବ ସ୍ତରରେ ଦେଖାଯାଇଥିବା ସମ୍ପ୍ରତି ସଙ୍କଟ ଉପରେ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି ।
ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ନରେନ୍ଦ୍ର ମୋଦି - ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା
ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିକ ପଢନ୍ତୁ...
ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଦୁଇ ଦେଶ ମଧ୍ୟରେ ଉତ୍ତମ ବନ୍ଧୁତ୍ବ ଓ ସହଯୋଗକୁ ଗୁରୁତ୍ବ ଦେବା ସହ ମିଳିତ ବୈଷୟିକ ସହଯୋଗରେ ବର୍ତ୍ତମାନର ସମସ୍ୟା ସହ ମୁକାବିଲା ରଣନୀତି, ଦୁଇ ଦେଶ ମଧ୍ୟରେ ସ୍ଥିର ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା । ଜଟିଳ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା ବିନିମୟ ପ୍ରକ୍ରିୟା ସୁନିଶ୍ଚିତ କରିବା, ଉତ୍ପାଦନ ଏବଂ ଦକ୍ଷତା ବିକାଶରେ ନୂତନ ସହଭାଗିତା ପ୍ରସଙ୍ଗ ମଧ୍ୟ ଦୁଇ ଦେଶର ଶୀର୍ଷ ନେତାଙ୍କ ଆଲୋଚନାରେ ସ୍ଥାନ ପାଇଥିବା ଜଣାପଡିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଔପଚାରିକ ଭାବେ କୁହାଯାଇଛି ।
@ANI