ଓଡିଶା

odisha

ETV Bharat / bharat

PM Visit Bengaluru: ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ ସହର: ପ୍ରଧାନମନ୍ତ୍ରୀ - ଭାରତରେ ନିର୍ମିତ ବନ୍ଦେ ଭାରତ

ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ ସହର । ବେଙ୍ଗାଲୁରୁ ଠାରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ‘‘ କର୍ଣ୍ଣାଟକର ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଜୟନ୍ତୀ ଅବସରରେ କର୍ଣ୍ଣାଟକରେ ଉପସ୍ଥିତ ଥିବାରୁ ମୁଁ ଖୁସି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି କର୍ଣ୍ଣାଟକ ପ୍ରଥମ ‘ଭାରତରେ ନିର୍ମିତ’ ବନ୍ଦେ ଭାରତ ଟ୍ରେନ ପାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 11, 2022, 9:31 PM IST

ବେଙ୍ଗାଲୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ବିଧାନସୌଧ ଠାରେ ସାଧୁ କବି ଶ୍ରୀ କନକ ଦାସ ଓ ମହର୍ଷି ବାଲମିକିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କେଏସଆର ରେଳ ଷ୍ଟେସନରୁ ଦକ୍ଷିଣ ଭାରତ ପାଇଁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କରିଥିଲେ । ଏତଦ ବ୍ୟତୀତ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୨ର ଉଦଘାଟନ କରିବା ସହ ଶ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କର ୧୦୮ ମିଟର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ‘‘ କର୍ଣ୍ଣାଟକର ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଜୟନ୍ତୀ ଅବସରରେ କର୍ଣ୍ଣାଟକରେ ଉପସ୍ଥିତ ଥିବାରୁ ମୁଁ ଖୁସି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି କର୍ଣ୍ଣାଟକ ପ୍ରଥମ ‘ଭାରତରେ ନିର୍ମିତ’ ବନ୍ଦେ ଭାରତ ଟ୍ରେନ ପାଇଛି । ଯାହା ଷ୍ଟାର୍ଟ ଅପ ରାଜଧାନୀ ବେଙ୍ଗାଲୁରୁ ଐତିହ୍ୟ ସହର ମହୀଶୂରକୁ ସଂଯୋଗ କରିବ । ଆଜି କର୍ଣ୍ଣାଟକର ଲୋକ ମାନଙ୍କ ପାଇଁ ଅଯୋଧ୍ୟା, କାଶୀ ଏବଂ ପ୍ରୟାଗରାଜ ଦର୍ଶନ ନିମନ୍ତେ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ ମଧ୍ୟ ଆରମ୍ଭ କରାଯାଇଛି ।

ଏହାବି ପଢନ୍ତୁ- Himachal Pradesh Assembly Elections: ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେବେ କି ଭୋଟର?

ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଗତକାଲି ପ୍ରଦର୍ଶିତ ହୋଇଥିବା ଦୃଶ୍ୟ ଗୁଡିକ ଅପେକ୍ଷା ଏହାର ଭିତ୍ତିଭୂମି ଅଧିକ ସୁନ୍ଦର ଏବଂ ଚମତ୍କାର ହୋଇଛି । ପ୍ରଧାନମନ୍ତ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କ ସ୍ମାରକୀ ପ୍ରତିମୂର୍ତ୍ତି ଉପରେ ମଧ୍ୟ ଆଲୋକପାତ କରି ଭବିଷ୍ୟତର ବେଙ୍ଗାଲୁରୁ ଏବଂ ଭାରତ ଗଠନ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଷ୍ଟାର୍ଟ - ଅପ ଦୁନିଆରେ ଭାରତର ପରିଚୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ପରିଚୟକୁ ବ୍ୟାଖ୍ୟା କରିବାରେ ବେଙ୍ଗାଲୁରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । “ ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ - ଅପ ଉତ୍ସାହର ଏକ ପ୍ରତିନିଧି । ଏହି ଉତ୍ସାହ ହିଁ ଦେଶକୁ ବିଶ୍ୱର ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଥାଏ ”

ସେହିପରି ମୋଦି କହିଥିଲେ ବନ୍ଦେ ଭାରତ କେବଳ ଏକ ଟ୍ରେନ ନୁହେଁ । ଏହା ନୂଆ ଭାରତର ଏକ ନୂତନ ପରିଚୟ । “ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ ଭାରତର ସ୍ଥିରତାର ଦିନ ଗୁଡିକୁ ପଛରେ ଛାଡି ଦେଇଛି । ଭାରତ ରେଳବାଇର ମୋଟ ରୂପାନ୍ତର ପାଇଁ ଆମେ ଏକ ଲକ୍ଷ୍ୟ ନେଇ ଗତି କରୁଛୁ ।” ୪୦୦ ରୁ ଅଧିକ ବନ୍ଦେ ଭାରତ ଟ୍ରେନ ଏବଂ ଭିସ୍ତା ଡୋମ କୋଚ ଗୁଡିକ ଭାରତ ରେଳବାଇର ନୂତନ ପରିଚୟ ପାଲଟିଛନ୍ତି । ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଗୁଡିକ ମାଲ ପରିବହନର ଗତିକୁ ବୃଦ୍ଧି କରିବ । ସମୟ ସଞ୍ଚୟ କରିବ । ଦୃତ ବ୍ରଡ ଗେଜ ରୂପାନ୍ତର ରେଳବାଇ ମାନଚିତ୍ରରେ ନୂତନ କ୍ଷେତ୍ରକୁ ଯୋଡି ଦେଇଛି । ରେଳ ଷ୍ଟେସନର ଆଧୁନିକୀକରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବେଙ୍ଗାଲୁରୁ ରେଳ ଷ୍ଟେସନ ସାର ଏମ. ବିଶ୍ୱେଶ୍ୱରାୟ ଟର୍ମିନାଲ ଯାତ୍ରୀ ମାନଙ୍କୁ ବହୁ ଉନ୍ନତ ଅନୁଭୂତି ପ୍ରଦାନ କରୁଛି । କର୍ଣ୍ଣାଟକ ସମେତ ଅନ୍ୟାନ୍ୟ ଷ୍ଟେସନ ଗୁଡିକର ଉନ୍ନୟନ ପାଇଁ କାର୍ଯ୍ୟ ହାତକୁ ନିଆ ଯାଉଛି ବୋଲି ସୂଚନା ଦେଇଥିଲେ ।

ଏହାବି ପଢନ୍ତୁ- President Odisha Visit: ଦ୍ୱିତୀୟ ଦିନରେ ନିଜ ସ୍କୁଲକୁ ଗଲେ, ବହୁ କାର୍ଯ୍ୟକ୍ରମରେ ଦେଲେ ସାମିଲ

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସମଗ୍ର ବିଶ୍ୱ ଭାରତ ପ୍ରତି ବିଶ୍ୱାସ ଏବଂ ଆକାଂକ୍ଷା ପ୍ରଦର୍ଶନ କରିଛି । କର୍ଣ୍ଣାଟକ ତାହାର ଲାଭ ଉଠାଉଛି । ଯେତେବେଳେ ବିଶ୍ୱ କୋଭିଡ ମହାମାରୀ ସହ ସଂଘର୍ଷ କରୁଥିଲା, ସେହି ସମୟରେ କର୍ଣ୍ଣାଟକରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଗତ ବର୍ଷ କର୍ଣ୍ଣାଟକ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ମାର୍ଗ ପ୍ରଶସ୍ତ କରିଥିଲା ।”

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ‘‘ ଶାସନ ହେଉ କିମ୍ବା ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିର ଅଭିବୃଦ୍ଧି ହେଉ, ଭାରତ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ସ୍ତରରେ କାର୍ଯ୍ୟ କରୁଛି । ଭୀମ ୟୁପିଆଇ ଏବଂ ମେଡ ଇନ ଇଣ୍ଡିଆ ୫ଜି ଟେକ୍ନୋଲୋଜିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବେଙ୍ଗାଲୁରୁର ବୃତ୍ତିଧାରୀ ମାନେ ହିଁ ଏହି ଦୂର ସ୍ୱପ୍ନକୁ ବାସ୍ତବରେ ପରିଣତ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପୂର୍ବ ସରକାରଙ୍କ ବିଚାର ପ୍ରକ୍ରିୟା ପୁରୁଣା ହୋଇ ଥିବାରୁ ୨୦୧୪ ପୂର୍ବରୁ ଏଭଳି ସକାରାତ୍ମକ ପରିବର୍ତ୍ତନ କଳ୍ପନା ବାହାରେ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପୂର୍ବ ସରକାର ଗତିକୁ ବିଳାସ ଭାବେ ଏବଂ ସ୍ତରକୁ ବିପଦ ଭାବରେ ବିବେଚନା କରୁଥିଲେ । ଆମ ସରକାର ଏହି ପ୍ରବୃତ୍ତିକୁ ବଦଳାଇ ଦେଇଛନ୍ତି । ଆମେ ଗତିକୁ ଆକାଂକ୍ଷା ଏବଂ ମାପକୁ ଭାରତର ଶକ୍ତି ଭାବରେ ବିବେଚନା କରୁଛୁ । ” ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ , ସମସ୍ତ ବିଭାଗ ଏବଂ ଏଜେନ୍ସିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ସରକାର ଉଦ୍ୟମ କରିଛନ୍ତି । ଫଳସ୍ୱରୂପ ବିଭିନ୍ନ ଏଜେନ୍ସି ଗୁଡିକରେ ପନ୍ଦର ଶହରୁ ଅଧିକ ସ୍ତରର ତଥ୍ୟ ଉପଲବ୍ଧ ହେଉଛି ।

ଏହାବି ପଢନ୍ତୁ- Liquorice Benefits: ଗୋଟିଏ ଜଡିବୁଟିରେ କୋଟିଏ ଉପଚାର ! ଜାଣନ୍ତୁ କେମିତି କରିବେ ବ୍ୟବହାର

ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, କର୍ଣ୍ଣାଟକର ରାଜ୍ୟପାଳ ଥାୱାର ଚାନ୍ଦ ଗେହଲଟ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ. ୟେଦିରୁପ୍ପା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ , ସୁଶ୍ରୀ ଶୋଭା କରନ୍ଦଲାଜେ, ରାଜୀବ ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବେଙ୍ଗାଲୁର

For All Latest Updates

ABOUT THE AUTHOR

...view details