ନୂଆଦିଲ୍ଲୀ:ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହେବାଜଙ୍କୁ ଶୁଭେଚ୍ଛା ଜଣାଇବା ସହ ତେରଛା ବାଣ ମାରିଛନ୍ତି ।
ସେହେବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଆତଙ୍କ ରାସ୍ତା ଛାଡୁ ପାକିସ୍ତାନ - ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ
ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ବିଦେଶୀ ନେତା ଭାବେ ଶୁଭେଚ୍ଛା ଜଣାଇବା ସହିତ ସିଧାସିଧା କହିଲେ, ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଆତଙ୍କ ରାସ୍ତା ଛାଡୁ ପାକିସ୍ତାନ । ଅଧିକ ପଢନ୍ତୁ
![ସେହେବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଆତଙ୍କ ରାସ୍ତା ଛାଡୁ ପାକିସ୍ତାନ ଶେହେୱାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-14993486-thumbnail-3x2-modi.jpg)
ଶେହେୱାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆତଙ୍କ ମୁକ୍ତ କ୍ଷେତ୍ରୀୟ ଅଞ୍ଚଳ ସହିତ ଶାନ୍ତି , ସ୍ଥିରତା ଭାରତ ଚାହୁଁଛି । ଫଳରେ ଉଭୟ ଦେଲ ନିଜ ନିଜର ବିକାଶ ନେଇ କାମ କରିପାରିବେ । ଆମ ଆଗରେ ମଧ୍ୟ କିଛି ଚ୍ୟାଲେଞ୍ଜ ରହିଛି ଏବଂ ଆମ ଲୋକଙ୍କ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଞ୍ଚଳରେ ଶାନ୍ତି ଅପରିହାର୍ଯ୍ୟ ବୋଲି ମୋଦି କହିଛନ୍ତି ।
ତେବେ କ୍ଷମତାକୁ ଆସୁ ଆସୁ ସେହେବାଜ ମଧ୍ୟ ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିଲେ । କହିଥିଲେ ଭାରତ ସହିତ ଶାନ୍ତି ତେବେ ସମ୍ଭବ ଯେବେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ । ଆଉ ଦୁଇ ଦେଶ ମଧ୍ୟ ଗରିବୀ ହଟାଇବାକୁ କାମ କରିବାକୁ କହିଥିଲେ ସେହେବାଜ ।
Last Updated : Apr 11, 2022, 11:02 PM IST