ଓଡିଶା

odisha

ETV Bharat / bharat

BIMSTEC ଦେଶ ଗୁଡିକୁ ମିଳିତ ଭାବେ କୋଭିଡ ମୁକାବିଲା ପାଇଁ ଆହ୍ବାନ ଦେଲେ ମୋଦି - BIMSTEC countries

24ତମ BIMSTEC ଦିବସକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

BIMSTEC ଦେଶ
BIMSTEC ଦେଶ

By

Published : Jun 7, 2021, 9:51 AM IST

ନୂଆଦିଲ୍ଲୀ: 24ତମ BIMSTEC ଦିବସକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସେ BIMSTECର ପ୍ରଶଂସା କରିଛନ୍ତି । ଆଞ୍ଚଳିକ ଶକ୍ତିକୁ ସୁଦୃଢ କରିବା ପାଇଁ BIMSTECର ପ୍ରୟାସକୁ ମୋଦି ପ୍ରଶଂସା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଏହା ଅଗ୍ରଗତି କରିବା ମୋଦି କହିଛନ୍ତି । ତେବେ BIMSTEC, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ନେପାଳ ଏବଂ ଭୁଟାନକୁ ନେଇ ଗଠିତ ।

BIMSTEC ଦିବସ ଅବସରରେ ବାର୍ତ୍ତା ଦେଇ ମୋଦି କହିଛନ୍ତି ଯେ, ବେ ଅଫ୍ ବେଙ୍ଗଲ୍ ଅଞ୍ଚଳରେ ଏକ ନିରାପଦ, ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଉପସାଗର ଗଠନରେ ମିଳିତ ସହଯୋଗ ସଫଳତାର ନୂତନ ଉଚ୍ଚତାକୁ ନେଇଯିବ । କୋଭିଡ ମହମାରୀ ସମୟରେ BIMSTECର ପ୍ରୟାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏକାଠି ହୋଇ କୋଭିଡ ମହାମାରୀ ଲଢେଇରେ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଏହା ସମସ୍ତଙ୍କ ପାଇଁ ପରୀକ୍ଷାର ବେଳ । BIMSTEC ଅନ୍ତର୍ଗତ ଆଞ୍ଚଳିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ କୃତଜ୍ଞତା ଜଣାଇଛନ୍ତି, ନିକଟ ଅତୀତରେ ଏହି ସହଯୋଗ ଯଥେଷ୍ଟ ବୃଦ୍ଧି ପାଇଛି।

ABOUT THE AUTHOR

...view details