ଓଡିଶା

odisha

ETV Bharat / bharat

National Unity Day: କେଭଡିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଗସ୍ତର ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ମେହେଶାନାରେ ରେଳ, ସଡକ, ପାନୀୟଜଳ ଓ ଜଳସେଚନ କ୍ଷେତ୍ରରେ ପ୍ରାୟ ୫୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

National Unity Day: କେଭଡିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି
National Unity Day: କେଭଡିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

By ETV Bharat Odisha Team

Published : Oct 30, 2023, 10:46 PM IST

ଗାନ୍ଧୀନଗର: ଆଜି ଠାରୁ ଦୁଇ ଦିନିଆ ନିଜ ଗୃହ ରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗସ୍ତ ଅବସରରେ ଅମ୍ବାଜୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହିତ, ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପରେ ମଧ୍ୟାହ୍ନ ୧୨ଟାରେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ଗସ୍ତର ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ମେହେଶାନାରେ ରେଳ, ସଡକ, ପାନୀୟଜଳ ଓ ଜଳସେଚନ କ୍ଷେତ୍ରରେ ପ୍ରାୟ ୫୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ନ୍ୟୁ ଭାଣ୍ଡୁ- ନ୍ୟୁ ସନନ୍ଦ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ବିରମଗମ-ସମାଖିଆଲୀ ରେଳପଥ, କୋଟଶାନ ରୋଡ- ବେଚାଜୀ ମାରୁତୀ ସୁଜିକୀ ଇଣ୍ଡିଆ ଲିମିଟେଡ ରେଳ ପ୍ରକଳ୍ପ, ମେହେଶାନା ଓ ଗାନ୍ଧୀ ନଗର ଜିଲ୍ଲାର ବିଜାପୁର ଓ ମନସା ତାଲୁକାର ବିଭିନ୍ନ ଗ୍ରାମ୍ୟ ପୋଖରୀ ଗୁଡ଼ିକୁ ଜଳଯୋଗାଣ ପ୍ରକଳ୍ପ, ମେହେଶାନା ଜିଲ୍ଲାର ସାବରମତୀ ନଦୀରେ ବାଲିସନା ନଦୀବନ୍ଧ ଯୋଜନା, ପାଲାନପୁର ଓ ବାନଶକଣ୍ଟାରେ ପାନୀୟଜଳ ଯୋଗାଣ ଦୁଇଟି ଯୋଜନା । ଧରୋଇ ବନ୍ଧ ଉପରେ ନିର୍ଭରଶୀଳ ପାଲାନପୁର ଜୀବନରେଖା ପ୍ରକଳ୍ପ, ହେଡ ୱାର୍କ ଓ ୮୦ ଏମଏଲଡି ସାମର୍ଥ୍ୟଯୁକ୍ତ ଜଳ ବିଶୋଧନ ପ୍ରକଳ୍ପ ଇତ୍ୟାଦି ।

ଅଧିକ ପଢନ୍ତୁ- Meri Maati Mera Desh: ଅମୃତ କଳସ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ମଧ୍ୟରେ ରହିଛି ମହୀସାଗର ଜିଲ୍ଲାର ସାମନ୍ତରାପୁର ତାଲୁକାରେ ଜଳସେଚନ ପ୍ରକଳ୍ପ, ନରୋଦା-ଦେହଗାମ, ହରସୋଲ-ଧନସୁରା ରୋଡ, ସବରକଣ୍ଟା ରାସ୍ତାର ପ୍ରଶସ୍ତୀକରଣ, ଗାନ୍ଧୀ ନଗର ଜିଲ୍ଲାରେ କୋଲୋଲ ନଗରପାଳିକା ବର୍ଜ୍ୟ ପରିଚାଳନା, ସିନ୍ଧପୁରା ପାଲନପୁର ଜୟେଡା ଓ ବଡନଗର ରେ ବର୍ଜ୍ୟବସ୍ତୁ ନିଷ୍କାସନ ପରିଚାଳନା ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ଅନ୍ୟପଟେ ଆସନ୍ତାକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ମୋଦି ସକାଳ 8 ଟାରେ କେଭଡିଆ ଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେହିଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ମୋଦି ୯୮ ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।

ABOUT THE AUTHOR

...view details