ନୂଆଦିଲ୍ଲୀ: ଏକ ନୂଆ ପ୍ରଯୁକ୍ତି ଯୁଗର ଅୟମାରମ୍ଭ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi will launch 5G Service) ଆଜି(ଶନିବାର) ପୂର୍ବାହ୍ନ ୧୦ ଟାରେ ପ୍ରଗତି ମଇଦାନ ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ । ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ୱାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ ।
5G Service Launch: ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି - 5G Service Launch
ଏକ ନୂଆ ପ୍ରଯୁକ୍ତି ଯୁଗର ଅୟମାରମ୍ଭ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi will launch 5G Service) ଆଜି(ଶନିବାର) ପୂର୍ବାହ୍ନ ୧୦ ଟାରେ ପ୍ରଗତି ମଇଦାନ ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ
![5G Service Launch: ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି Etv Bharat](https://etvbharatimages.akamaized.net/etvbharat/prod-images/768-512-16515963-thumbnail-3x2-vv.jpg)
Etv Bharat
ପ୍ରଧାନମନ୍ତ୍ରୀ ଭାରତୀୟ ମୋବାଇଲ କଂଗ୍ରେସ (ଆଇଏମସି)ର ଷଷ୍ଠ ସଂସ୍କରଣକୁ ମଧ୍ୟ ଉଦଘାଟନ କରିବେ । ଆଇଏମସି ୨୦୨୨ ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ “ନ୍ୟୁ ଡିଜିଟାଲ ୟୁନିଭର୍ସ” ବିଷୟବସ୍ତୁକୁ ନେଇ ଆୟୋଜିତ ହେବ । ପ୍ରମୁଖ ବୁଦ୍ଧିଜୀବୀ, ଉଦ୍ୟୋଗୀ, ଅନ୍ୱେଷକ ଓ ସରକାରୀ ଅଧିକାରୀମାନେ ଏକାଠି ଗୋଟିଏ ମଞ୍ଚରେ ଡିଜିଟାଲ ପ୍ରଯୁକ୍ତିର ଦ୍ରୁତ ଗ୍ରହଣୀୟତା ସହ ଏହାର ପ୍ରସାର ଦ୍ୱାରା ମିଳିବାକୁ ଥିବା ନିଆରା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହ ଦିଗଦର୍ଶନ ପ୍ରଦାନ କରିବେ ।
Last Updated : Oct 1, 2022, 6:48 AM IST