ଓଡିଶା

odisha

ETV Bharat / bharat

PM Modi Visit Telengana: ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, 7 ହଜାର କୋଟି ପ୍ରକଳ୍ପ ଦେବେ ଭେଟି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ର ସୂଚନା ଅନୁସାରେ ଆସନ୍ତା ଜାନୁୟାରୀ 19 ରେ ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ତେଲେଙ୍ଗାନା ଗସ୍ତରେ ଯିବେ (Prime Minister Narendra Modi will visit Telangana) । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

By

Published : Jan 10, 2023, 10:03 AM IST

Updated : Jan 10, 2023, 12:35 PM IST

Pm Modi Visit Telengana
Pm Modi Visit Telengana

ନୂଆଦିଲ୍ଲୀ: ତେଲେଙ୍ଗାନାକୁ ମିଳିବ ଦେଶର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା 19 ତାରିଖରେ ସିକନ୍ଦରବାଦ ରେଳ ଷ୍ଟେସନରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି (Prime Minister to flag off the 8th Vande Bharat Express) । ଏହି ଟ୍ରେନଟି ସିକନ୍ଦରବାଦଠାରୁ ବିଶାଖାପାଟ୍ଟଣମ୍‌ ପର୍ଯ୍ୟନ୍ତ ଚାଲିବ ( Vande Bharat train to run between Secunderabad and Visakhapatnam) । ୱାରଙ୍ଗଲ, ଖମାମ, ବିଜୟୱାଡା, ଓ ରାଜମୁଣ୍ଡ୍ରୀରେ ଏହାର ଷ୍ଟପେଜ ହେବ । ସିକନ୍ଦରବାଦଠାରୁ ବିଶାଖାପାଟ୍ଟଣମ 700 କିମି ରାସ୍ତାକୁ 8 ଘଣ୍ଟାରେ ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ ।

ଏହାବି ପଢନ୍ତୁ- Emergency landing Air Vistara flight: ଭୁବନେଶ୍ୱର ଆସୁଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ନୂଆଦିଲ୍ଲୀରେ ଜରୁରୀ ଅବତରଣ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ସୂଚନା ଅନୁସାରେ ଆସନ୍ତା ଜାନୁଆରୀ 19ରେ ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ତେଲେଙ୍ଗାନା ଗସ୍ତରେ ଯିବେ (Prime Minister Narendra Modi will visit Telangana) । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହି ଟ୍ରେନ ସିକନ୍ଦରବାଦଠାରୁ ବିଶାଖାପାଟ୍ଟଣମ ପର୍ଯ୍ୟନ୍ତ ଚାଲିବ । ପରେ ସିକନ୍ଦରବାଦ ରେଳ ଷ୍ଟେସନର ଆଧୁନିକୀରଣ ପାଇଁ ଭୂମିପୂଜନରେ ସାମିଲ ହେବେ । 699 କୋଟି ଟଙ୍କା ବ୍ୟୟରେ ସିକନ୍ଦରବାଦ ରେଳ ଷ୍ଟେସନର ଆଧୁନିକୀରଣ ହେବ (PM Modi to perform the Bhumi Pujan for the development works at Secunderabad railway station)

ଏହାବି ପଢନ୍ତୁ- JOSHIMATH LAND SUBSIDENCE: ବାସ ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ, ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

ପରେ ପ୍ରଧାନମନ୍ତ୍ରୀ 150 କିମି ଜାତୀୟ ରାଜପଥ ନିର୍ମାଣର ଭୂମି ପୂଜନରେ ସାମିଲ ହେବେ । ଯାହାର ବ୍ୟୟବରାଦ ରହିଛି 1850 କୋଟି (Prime Minister will also perform the Bhumi Pujan for about 150 km of National highway roads ) । ଏହି 150 ଜାତୀୟ ରାଜପଥ ମଧ୍ୟରେ 103 କିମି ଜାତୀୟ ରାଜପଥ 167N ମେହବୁବନଗର-ଚିନଚୋଲି ମଧ୍ୟରେ ନିର୍ମାଣ ହେବ । ଏହାସହ ଏକ ରେଳ ୱାର୍କସପ୍‌ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ । ଏହା କାଜିପେଟ ଷ୍ଚେସନରେ ନିର୍ମାଣ ହେବ । ଖର୍ଚ୍ଚ ହେବ 521 କୋଟି ଟଙ୍କା । ଏହି ୱାର୍କସପ୍‌ ନିର୍ମାଣ ହେଲେ, ଏଠାରେ ରେଳ ଇଞ୍ଜିନ ଓ ବଗି ଗୁଡିକର ମରାମତି ହୋଇପାରିବ । ଯାହାଦ୍ୱାରା 3 ହଜାରରୁ ଅଧିକ ନିଯୁକ୍ତି ପାଇବେ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ସିକନ୍ଦରବାଦ-ମେହବୁବନଗର ମଧ୍ୟରେ ହେବାକୁ ଥିବା 85 କିମି ଦୁଇ ଥାକିଆ (ଡବଲିଂ) ରେଳ ଧାରଣର ମଧ୍ୟ ଶିଳାନ୍ୟାସ କରିବେ । ଏଥିପାଇଁ ଖର୍ଚ୍ଚ ହେବ 1 ହଜାର 410 କୋଟି ଟଙ୍କା । ଏତତ ବ୍ୟତୀତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ପରେ ହାଇଦ୍ରାବାଦ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଏହାବି ପଢନ୍ତୁ- TENSA NATURE CAMP: ପ୍ରକୃତିର ଗନ୍ତାଘର ଟେନସା ନେଚର କ୍ୟାମ୍ପ, ପ୍ରକୃତିପ୍ରେମୀଙ୍କ ପାଇଁ ପାଲଟିଛି ପ୍ରଥମ ପସନ୍ଦ

ସୂଚନାଯୋଗ୍ୟ ଯେ ଗତ 2 ମାସ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ତେଲେଙ୍ଗାନା ଗସ୍ତ ହେବ । ଚଳିତ ବର୍ଷ ଶେଷ ଆଡକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ । ଶାସକ BRSକୁ କ୍ଷମତାଚ୍ୟୁତ କରି ବିଜେପି କ୍ଷମତା ଦଖଲ ଯୋଜନାରେ କାମ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2023, 12:35 PM IST

ABOUT THE AUTHOR

...view details