ଓଡିଶା

odisha

ETV Bharat / bharat

ଗୁଜୁରାଟ ତାପିରେ ୧୯୭୦ କୋଟି ମୂଲ୍ୟର ଏକାଧିକ ପ୍ରକଳ୍ପ ଭିତ୍ତିପ୍ରସ୍ତର ରଖିଲେ ପ୍ରଧାନମନ୍ତ୍ରୀ - ଏକାଧିକ ପ୍ରକଳ୍ପ ଭିତ୍ତିପ୍ରସ୍ତର ରଖିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ତାପିର ଭାୟାରା ଠାରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Oct 21, 2022, 10:27 AM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ତାପିର ଭାୟାରା ଠାରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକରେ ବିଚ୍ଚିନ୍ନ ଯୋଗାଯୋଗର ର୍ନିମାଣ ସହିତ ସାପୁତାରା ଠାରୁ ଷ୍ଟାଚ୍ୟୁ ଅଫ ୟୁନିଟି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ତାପି ଏବଂ ନର୍ମଦା ଜିଲ୍ଲାରେ ୩୦୦ କୋଟିରୁ ଅଧିକ ମୂଲ୍ୟର ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ଦଶନ୍ଧି ଧରି ସେମାନଙ୍କ ଶ୍ରଦ୍ଧା ପ୍ରାପ୍ତ ହୋଇଥିବାରୁ ସେ ନିଜକୁ ଆଶୀର୍ବାଦ ଅନୁଭବ କରୁଛନ୍ତି । ଆପଣ ସମସ୍ତେ ଦୂର ଦୂରାନ୍ତରୁ ଏଠାକୁ ଆସିଛନ୍ତି । ଆପଣଙ୍କ ଶକ୍ତି, ଉତ୍ସାହ ଦେଖି ମୋର ଶକ୍ତି ବଢିଯାଏ । ତାପି ଏବଂ ନର୍ମଦା ସମେତ ଏହି ସମଗ୍ର ଆଦିବାସୀ ଅଞ୍ଚଳର ବିକାଶ ସହ ଜଡିତ କୋଟି କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଦିବାସୀଙ୍କ ସ୍ୱାର୍ଥ ଏବଂ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣକୁ ନେଇ ଦେଶରେ ଦୁଇ ପ୍ରକାର ରାଜନୀତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଏମିତି କିଛି ଦଳ ଅଛନ୍ତି ଯେଉଁମାନେ ଆଦିବାସୀଙ୍କ ସ୍ୱାର୍ଥ ଦେଖୁନାହାଁନ୍ତି ଏବଂ ଆଦିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାର ଇତିହାସ ରହିଛି । ଅନ୍ୟପଟେ ବିଜେପି ଭଳି ଏକ ଦଳ ଅଛି, ଯିଏ ସର୍ବଦା ଆଦିବାସୀ କଲ୍ୟାଣକୁ ପ୍ରାଧାନ୍ୟ ଦେଇଥାଏ । ସେ କହିଛନ୍ତି, ପୂର୍ବର ସରକାର ଆଦିବାସୀ ପରମ୍ପରାକୁ ଉପହାସ କରୁଥିଲେ, ଅନ୍ୟପକ୍ଷରେ ଆମେ ଆଦିବାସୀ ପରମ୍ପରାକୁ ସମ୍ମାନ ଦେଇଥାଉ । ମୋଦି ଆହୁରି କହିଛନ୍ତି ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଆମର ପ୍ରାଥମିକତା ଏବଂ ଯେଉଁଠାରେ ଆମେ ସରକାର ଗଠନ କରିଛୁ, ଆମେ ଆଦିବାସୀଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇଛୁ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ସାଂସଦ ସିଆର ପାଟିଲ, କେସି ପଟେଲ, ମନସୁଖ ବାସବ ଏବଂ ପ୍ରଭାସ ବାସବ ଏବଂ ଗୁଜୁରାଟର ମନ୍ତ୍ରୀ ଋଷିକେଶ ପଟେଲ, ନରେଶଭାଇ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

...view details