ରାଞ୍ଚି: ଆଜି ଭାରତର ସ୍ବାଧୀନତା ସଂଗ୍ରାମୀ ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିର୍ସା ମୁଣ୍ଡାଙ୍କ ଝାଡଖଣ୍ଡ ସ୍ଥିତ ଖୁଣ୍ଟି ଜିଲ୍ଲା ପୋଡହାଟ ଗ୍ରାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ସେଠାରେ ଧରତୀ ଆବା ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହା ସହିତ ବିକଶିତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଜନଜାତୀୟ ଗୌରବ ଏବଂ ସଂଘର୍ଷର ପ୍ରତୀକ ଭଗବାନ ବିର୍ସା ମୁଣ୍ଡାଙ୍କ ଗାଥା ପ୍ରତି ଦେଶବାସୀଙ୍କୁ ପ୍ରେରାଣା ଦେବ ବୋଲି ଝାଡଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ବିକଶିତ ଭାରତର 4ଟି ସ୍ତମ୍ବ ରହିଛି । ପ୍ରଥମ ଭାରତର ମହିଳା ଆମର ନାରୀଶକ୍ତି, ଦ୍ବିତୀୟ ଭାରତର ଚାଷୀ ଆମ ପଶୁପାଳକ, ମତ୍ସଜୀବୀ ଆମ ଅନ୍ନଦାତା, ତୃତୀୟ ଭାରତୟ ଯୁବଗୋଷ୍ଠୀ ଓ ଯୁବଶକ୍ତି, ଚତୁର୍ଥ ଦେଶର ମଧ୍ୟମବର୍ଗ, ଗରିବ । ଏହି 4 ସ୍ତମ୍ଭକୁ ଆମେ ଯେତେ ମଜଭୂତ କରିବା ଭାରତର ନିର୍ମାଣ ସେତେ ଶିଖର ଛୁଇଁବ । ପ୍ରକୃତ ଧର୍ମନିରପେକ୍ଷତା ସେବେ ଆସେ ଯେବେ ଦେଶରେ କୌଣସି ନାଗରିକଙ୍କ ସହ ଭେଦଭାବ ହୁଏ ନାହିଁ । ସମାଜିକ ନ୍ୟାୟର ଭରସା ସେବେ ମିଳେ ଯେବେ ସମାନ ଭାବନାରେ ସରକାର ଯୋଜନାର ଲାଭ ମିଳେ । ବିକଶିତ ଭାରତର ସଂକଳ୍ପର ଏକ ପ୍ରମୁଖ ଆଧାର ହେଉଛି ପିଏମ ଜନମନ ଅର୍ଥାତ ପିଏମ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ । ଏହା ଜରିଆରେ ଆମ ସରକାର ଅଦିବାସୀଙ୍କ ନିକଟରେ ପହଞ୍ଚିବ ଯାହାଙ୍କ ପାଖରେ କେବେ ପହଞ୍ଚି ନାହିଁ ।''
ଅଧିକ ପଢନ୍ତୁ- PM In Jharkhand: ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିକଶିତ ସଂକଳ୍ପ ଯାତ୍ରା ଆରମ୍ଭ: ସରକାରୀ ଯୋଜନାର ଶତ ପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଆଜି ତୃତୀୟ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ ହୋଇଛି । ଏହା 2024 ଜାନୁଆରୀ 26 ଯାଏ ଚାଲିବ । ଏହି ଯାତ୍ରାରେ ସରକାର ମିଶନ ମୋଡରେ ଦେଶର ଗାଁ ଗାଁକୁ ଯିବ । ଗରିବ ଓ ବଞ୍ଚିତଙ୍କୁ ସରକାରୀ ଯୋଜନାର ହିତାଧୀକାରଙ୍କ ନିକଟରେ ଯୋଜନା ପହଞ୍ଚାଇବ । ଏହା ସହିତ ଝାଡଖଣ୍ଡରେ 50 ହଜାର କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।