ଓଡିଶା

odisha

ETV Bharat / bharat

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - PM Modi wishes on new year

ନୂଆବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ବର୍ଷ ସମସ୍ତଙ୍କ ପାଇଁ ଅନେକ ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Jan 1, 2022, 12:19 PM IST

ନୂଆଦିଲ୍ଲୀ: ନୂଆବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଆଜି ଟ୍ବିଟ କରି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ନୂତନ ବର୍ଷ ସମସ୍ତଙ୍କ ପାଇଁ ଅନେକ ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ସମସ୍ତେ କଠିନ ପରିଶ୍ରମ କରି ଉନ୍ନତି କ୍ଷେତ୍ରରେ ଆଗକୁ ଯାଇ ନିଜ ସ୍ବପ୍ନ ପୂରଣ କରନ୍ତୁ । ଏଥି ସହ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ମୋଦି ଟ୍ୱିଟ କରିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ସଡକ ପରିବନମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଦେଶବାସୀଙ୍କୁ ନବବର୍ଷର ଶୁଭକାମନା ଜଣାଇଛନ୍ତି ।

ABOUT THE AUTHOR

...view details