ଓଡିଶା

odisha

ETV Bharat / bharat

କୋରୋନାର ଭୟାବହତା ମଧ୍ୟରେ କ୍ୟାବିନେଟ ବୈଠକ, ମନ୍ତ୍ରୀଙ୍କୁ ମୋଦିଙ୍କ କଡା ନିର୍ଦ୍ଦେଶ - କୋରୋନା ଅପଡେଟ

ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ରୀମାନେ ନିଜ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କରେ ରହି ସେମାନଙ୍କର ଫିଡବ୍ୟାକ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

କୋରୋନାର ଭୟାବହତା ମଧ୍ୟରେ କ୍ୟାବିନେଟ ବୈଠକ, ମନ୍ତ୍ରୀଙ୍କୁ ମୋଦିଙ୍କ କଡା ନିର୍ଦ୍ଦେଶ
କୋରୋନାର ଭୟାବହତା ମଧ୍ୟରେ କ୍ୟାବିନେଟ ବୈଠକ, ମନ୍ତ୍ରୀଙ୍କୁ ମୋଦିଙ୍କ କଡା ନିର୍ଦ୍ଦେଶ

By

Published : Apr 30, 2021, 6:23 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ସାମ୍ପ୍ରତିକ ସ୍ଥିତି ଉପରେ କ୍ରମାଗତ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସାମ୍ପ୍ରତିକ କୋରୋନା ବିପର୍ଯ୍ୟୟ ଦଶନ୍ଧିରେ ଥରେ ଆସେ ଆଉ ଏହା ସାରା ବିଶ୍ବ ଆଗରେ ବଡ ସଙ୍କଟ ହୋଇ ଛିଡା ହୁଏ ବୋଲି ମାନିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ । ବୈଠକ ସମୟରେ ସରକାରଙ୍କ ସମସ୍ତ ଅସ୍ତ୍ର ଏକଜୁଟ ହୋଇ କୋରୋନାର ମୁକାବିଲା ପାଇଁ କାମ କରୁଛନ୍ତି । ମନ୍ତ୍ରୀମାନେ ନିଜ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କରେ ରହି ସେମାନଙ୍କର ଫିଡବ୍ୟାକ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ଥାନୀୟ ସ୍ତରରେ ସମସ୍ୟାକୁ ଖୋଜି ଏହାର ତୁରନ୍ତ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ଏହା ସହିତ କ୍ୟାବିନେଟ ବୈଠକରେ ଦେଶବାସୀଙ୍କ ପାଇଁ ଗତ 14 ମାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇଛି ।

ABOUT THE AUTHOR

...view details