ଓଡିଶା

odisha

Rozgar Mela: 51 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

By ETV Bharat Odisha Team

Published : Oct 28, 2023, 10:57 PM IST

ଜାତୀୟ ରୋଜଗାର ମେଳା ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗତବର୍ଷ ଅକ୍ଟୋବରରେ ରୋଜଗାର ମେଳା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ରୋଜଗାର ମେଳାର ଯାତ୍ରା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି । କେନ୍ଦ୍ର ଓ ଏନଡିଏ ଶାସିତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ରୋଜଗାର ମେଳାରେ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।" ଅଧିକ ପଢନ୍ତୁ

Rozgar Mela: 51 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି
Rozgar Mela: 51 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ଭିସି ଯୋଗେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଓ ସଂଗଠନରେ ୫୧ ହଜାର ଯୁବତ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟିଛନ୍ତି । ନିଯୁକ୍ତି ପାଇଥିବା ଅଧିକାରୀ କର୍ମଚାରୀ ମାନେ ରେଳ ମନ୍ତ୍ରଣାଳୟ, ଡାକ ମନ୍ତ୍ରଣାଳୟ , ଗୃହ ମନ୍ତ୍ରଣାଳୟ, ରାଜସ୍ବ ମନ୍ତ୍ରଣାଳୟ , ଶିକ୍ଷା ମନ୍ତ୍ରଣାଳୟ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ବିଭାଗରେ ଯୋଗ ଦେବେ। କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସମେତ ଦେଶର ୩୭ଟି ସ୍ଥାନରେ ଆୟୋଜିତ ହୋଇଥିଲେ ।

ଜାତୀୟ ରୋଜଗାର ମେଳା ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗତବର୍ଷ ଅକ୍ଟୋବରରେ ରୋଜଗାର ମେଳା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ରୋଜଗାର ମେଳାର ଯାତ୍ରା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି । କେନ୍ଦ୍ର ଓ ଏନଡିଏ ଶାସିତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ରୋଜଗାର ମେଳାରେ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଆଜି ମଧ୍ୟ ୫୦ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନବ ନିଯୁକ୍ତ ବ୍ୟକ୍ତି ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ ।’’

ଅଧିକ ପଢନ୍ତୁ- Rozgar Mela: ଆଜି ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ରୋଜଗାର ମେଳା ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଯେଉଁ କ୍ଷେତ୍ରରେ ମିଶନ ମୋଡରେ କାମ ଚାଲିଛି । ନିଯୁକ୍ତି ପ୍ରକ୍ରିୟାରେ ଯୁବବର୍ଗଙ୍କ ବିଶ୍ବାସ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ କହିଥିଲେ, ଆମେ କେବଳ ନିଯୁକ୍ତି ପ୍ରଦାନ କରୁନାହୁଁ ବରଂ ଏକ ସ୍ବଚ୍ଛ ବ୍ୟବସ୍ଥା ମଧ୍ୟ ବଜାୟ ରଖୁଛୁ। ସରକାର କେବଳ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ନୁହେଁ ବରଂ ପରୀକ୍ଷା ପ୍ରକ୍ରିୟାର ପୁନର୍ଗଠନ ପାଇଁ ପ୍ରୟାସ କରୁଛନ୍ତି। କର୍ମଚାରୀ ଚୟନ ଚକ୍ର ଅଧୀନରେ ନିଯୁକ୍ତି ପାଇଁ ଲାଗିଥିବା ସମୟକୁ ମଧ୍ୟ ଅଧାକୁ ହ୍ରାସ କରାଯାଇଛି । ନିଯୁକ୍ତି ବିଜ୍ଞପ୍ତିଠାରୁ ନିଯୁକ୍ତି ପତ୍ର ମଧ୍ୟରେ ସାମଗ୍ରିକ ସମୟ ଯଥେଷ୍ଟ ହ୍ରାସ ପାଇଛି। ଏସଏସସି ଅଧୀନରେ କେତେକ ପରୀକ୍ଷା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହି ପରୀକ୍ଷା ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଭିନ୍ନ ଭିନ୍ନ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେଉଛି ଯାହା ଫଳରେ ପରୀକ୍ଷାର୍ଥୀମାନେ ଭାଷା ପ୍ରତିବନ୍ଧକ ଭାଙ୍ଗିବା ସହଜ କରିପାରିବେ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସରକାର ପାରମ୍ପରିକ କ୍ଷେତ୍ରକୁ ସୁଦୃଢ କରୁଛନ୍ତି ଯାହା ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି। ଅକ୍ଷୟ ଶକ୍ତି, ମହାକାଶ, ଅଟୋମେସନ ଏବଂ ପ୍ରତିରକ୍ଷା ରପ୍ତାନି ଭଳି ନୂତନ କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି । ଡ୍ରୋନ ଟେକ୍ନୋଲୋଜି କ୍ଷେତ୍ରରେ ନୂଆ ବାଟ ଖୋଲିବା ଉପରେ ଆଲୋକପାତ କରିବା ସହ ଫସଲ ଆକଳନ ଓ ଏହାର ସହାୟତାରେ ହେଉଥିବା ପୋଷକ ତତ୍ତ୍ବ ସିଞ୍ଚନର ଉଦାହରଣ ଦେଇଥିଲେ। ସ୍ଵାମୀତ୍ବ ଯୋଜନା ଅଧୀନରେ ଜମି ମ୍ୟାପିଂ ପାଇଁ ଡ୍ରୋନ ବ୍ୟବହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ହିମାଚଳ ପ୍ରଦେଶର ଲାହୋଲ ସ୍ପିତି ଅଞ୍ଚଳରେ ଡ୍ରୋନ ବ୍ୟବହାର କରି ଔଷଧ ଯୋଗାଣ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଯାହା ଦ୍ବାରା ଆନୁମାନିକ ସମୟ ୨ ଘଣ୍ଟାରୁ ୨୦-୩୦ ମିନିଟକୁ ହ୍ରାସ ପାଇଥିଲା। ଷ୍ଟାର୍ଟଅପ ଗୁଡିକ ମଧ୍ୟ ଡ୍ରୋନରୁ ବହୁତ ଲାଭବାନ ହୋଇଛନ୍ତି । ନୂତନ ଡିଜାଇନ ଏବଂ ଟେକ୍ନୋଲୋଜି ସୃଷ୍ଟି କରିବାରେ ସାହାଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୌଣସି ଦେଶର ଯେକୌଣସି ପ୍ରତିଯୋଗିତାମୂଳକ ଲାଭକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ଯୁବକମାନଙ୍କର ଶକ୍ତି ଆବଶ୍ୟକ । ଦକ୍ଷତା ଏବଂ ଶିକ୍ଷାର ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଥିଲେ ଯୁବପିଢିଙ୍କୁ ନୂତନ ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ସଜ୍ଜିତ କରୁଛି । ନୂଆ ଜାତୀୟ ଶିକ୍ଷା ନୀତି, ନୂତନ ମେଡିକାଲ କଲେଜ, ଆଇଆଇଟି, ଆଇଆଇଏମ ଏବଂ ଆଇଆଇଆଇଟି ପ୍ରତିଷ୍ଠା ହୋଇଛି। କୋଟି କୋଟି ଯୁବକଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ତାଲିମ ଦିଆଯାଇଛି। ବିଶ୍ବକର୍ମା ବନ୍ଧୁମାନଙ୍କ ପାଇଁ ପିଏମ ବିଶ୍ବକର୍ମା ଯୋଜନା ଆରମ୍ଭ କରାଯାଇଛି ।

ABOUT THE AUTHOR

...view details