ଓଡିଶା

odisha

ETV Bharat / bharat

ଦେଶର ବିକାଶ ଯାତ୍ରାରେ ମାଇଲଖୁଣ୍ଟ ହେବ Scrappage Policy - ସ୍କ୍ରାପେଜ ନୀତି

ଅଟୋମୋବାଇଲ୍ସରୁ ନିର୍ଗତ ହେଉଥିବା ଦୂଷିତ ଜିନିଷରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏହି ପ୍ରଦୂଷଣକୁ ହ୍ରାସ କରିବାକୁ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Aug 13, 2021, 1:59 PM IST

ନୂଆଦିଲ୍ଲୀ: ଅଟୋମୋବାଇଲ୍ସରୁ ନିର୍ଗତ ହେଉଥିବା ଦୂଷିତ ଜିନିଷରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏହି ପ୍ରଦୂଷଣକୁ ହ୍ରାସ କରିବାକୁ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି(ଶୁକ୍ରବାର) ଗୁଜୁରାଟ ନିବେଶକ ସମ୍ମିଳନୀର ଯୋଗ ଦେଇ ଏହି ପଲିସିର ଶୁଭାରମ୍ଭ କରିଛନ୍ତି ମୋଦି ।

ଯାନବାହାନ ଦ୍ବାରା ହେଉଥିବା ପ୍ରଦୂଷଣକୁ ରୋକିବା ସହିତ ଏହି ନୂତନ ନୀତି ପରିବେଶକୁ ସୁରକ୍ଷା ଦେବାରେ ପର୍ଯ୍ୟାୟ କ୍ରମେ ସହାୟକ ହେବ । ଭାରତର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ ହେବ ସ୍କ୍ରାପେଜ ପଲିସି । ଯୁବକ ଓ ଷ୍ଟାର୍ଟଅପ ମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି କହିଛନ୍ତି ମୋଦି । ଗାଡି ସ୍କ୍ରାପିଂ ଭିତ୍ତିଭୂମି ସ୍ଥାପନ ପାଇଁ ଗୁଜୁରାଟରେ ନିବେଶକ ସମ୍ମିଳନୀ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଏହି ପଦକ୍ଷେପ ସାରା ଦେଶରେ ଏକ ନୂତନ ବ୍ୟବସାୟିକରଣ ପାଇଁ ସୁଯୋଗ ସୃଷ୍ଟି କରିବ । ବିଶେଷକରି ଗୁଜରାଟରେ ପୁନଃବ୍ୟବହାର ଶିଳ୍ପରେ ବେଶ ସହାୟକ ହେବ ।

ଏହି ନୀତି ଆଧାରରେ ମଧ୍ୟବିତ୍ତ ପରିବାର ଲୋକ ବେଶ ଉପକୃତ ହେବେ । ଗ୍ରାହକମାନେ ସ୍କ୍ରାପେଜ୍ ନୀତି ଅନୁଯାୟୀ ନୂତନ କାର କିଣିବାରେ ରିହାତି ପାଇବେ । ପୁରୁଣା କାରଗୁଡିକର ସ୍କ୍ରାପ୍ ଉପରେ ଏକ ସାର୍ଟିଫିକେଟ୍ ଦିଆଯିବ । ଏହାକୁ ଦେଖାଇ ସେମାନେ ନୂଆ କାର କିଣିବା ଉପରେ ରିହାତି ପାଇବେ ଏବଂ ଟ୍ୟାକ୍ସ ଉପରେ ଲାଭ ପାଇବେ ।

ଏହି ନୀତି ଉପରେ ଅଧିକ ସୂଚନା ଦେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି,ଏହା କଞ୍ଚାମାଲର ମୂଲ୍ୟ ପ୍ରାୟ 40 ପ୍ରତିଶତ ହ୍ରାସ କରିବ। ପ୍ରାୟ 99 ପ୍ରତିଶତ ପୁନରୁଦ୍ଧାର (ଧାତୁ ବର୍ଜ୍ୟବସ୍ତୁ) ନିୟମିତ ସ୍କ୍ରାପିଂ ଦ୍ବାରା କରାଯାଇପାରିବ | ଏହା ସହିତ ଉପାଦାନଗୁଡ଼ିକୁ କମ୍ ବ୍ୟୟବହୁଳ କରିବ ଏବଂ ଆନ୍ତର୍ଜାତୀୟ ବଜାରରେ ଆମର ପ୍ରତିନ୍ଦ୍ବନ୍ଦିତ୍ବ ବୃଦ୍ଧି କରିବ ବୋଲି କହିଛନ୍ତି ଗଡକରୀ । ସେ ଆହୁରି କହିଛନ୍ତି ଏହି ନୀତି ଦେଶରେ ଆଟୋମୋବାଇଲର ବିକ୍ରୟ ବୃଦ୍ଧି କରିବ । ଜିଏସଟି ଆକାରରେ ଅତିରିକ୍ତ 30,000-40,000 କୋଟି ଟଙ୍କା ପାଇବେ ସରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details