ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟ ଉପରେ ଭାରତର ତତ୍ପରତା । ୟୁକ୍ରେନ ସଙ୍କଟ ଉପରେ ଭାରତର ତତ୍ପରତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ଆରମ୍ଭ। ବୈଠକରେ ଉପସ୍ଥିତ ରହିବେ ବୈଦେଶିକ ମନ୍ତ୍ରୀ, କ୍ୟାବିନେଟ ସେକ୍ରେଟାରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ। ଋଷ ଓ ୟୁକ୍ରେନ ଯୁଦ୍ଧ ପରିପ୍ରକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଏହି ବୈଠକ ।
ଅନ୍ୟପଟେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏଥିରେ ଉପସ୍ଥିତ ରହିଛନ୍ତି । ତେବେ ଏହି ବୈଠକରେ କଣ ନିଷ୍ପତ୍ତି ନିଆଯିବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।