ଓଡିଶା

odisha

By ETV Bharat Odisha Team

Published : Oct 1, 2023, 6:06 PM IST

ETV Bharat / bharat

Pak note in Donation Box: ଅମୃତସରରେ ପୂଜକଙ୍କୁ ହତ୍ୟା ଧମକ, 5 କୋଟି ନଦେଲେ ଯିବ ଜୀବନ

ଅମୃତସରରେ ଦାନବାକ୍ସରୁ ମିଳିଲା 100 ଟଙ୍କିଆ ପାକିସ୍ତାନୀ ନୋଟ‌ । 5 କୋଟି ନଦେଲେ ପୂଜକଙ୍କୁ ହତ୍ୟା କରିବା ଲାଗି ଦିଆଯାଇଥିଲା ଧମକପୂର୍ଣ୍ଣ ବାର୍ତ୍ତା । ଅଧିକ ପଢନ୍ତୁ

Pak note in Donation Box
Pak note in Donation Box

ଚଣ୍ଡିଗଡ଼:ପଞ୍ଜାବ ଅମୃତସରର ଘାନୁପୁରକାଲେ ଗ୍ରାମରେ ଜଣେ ପୂଜକଙ୍କୁ ଆସିଲା ହତ୍ୟା ଧମକ । 5କୋଟି ନ ଦେଲେ ପୂଜକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏକ 100 ଟଙ୍କିଆ ପାକିସ୍ତାନୀ ନୋଟ୍‌ରେ ପଞ୍ଜାବୀ ଭାଷାରେ ଲେଖାଯାଇ ଏହାକୁ ଦାନବାକ୍ସରେ ପକାଇଥିଲା ଦୁର୍ବୃତ୍ତ । ଏହାପରେ ପୂଜକ ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଛେହାରଟା ପୋଲିସ ।

ହତ୍ୟା ଧମକ ମିଳିଥିବା ପୂଜକ ଜଣକ ହେଉଛନ୍ତି ବାଲାଜି ଧର୍ମ ମନ୍ଦିରର ପୂଜକ ଆଶାନିଲ ମହାରାଜ । ଯେତେବେଳେ ମନ୍ଦିର ପରିଚାଳନା କମିଟି ଦାନ ବାକ୍ସରୁ ଦାନଅର୍ଥ ଗଣନା କରୁଥିଲେ, ସେହି ସମୟରେ ସେମାନେ ଏକ 100 ଟଙ୍କିଆ ପାକିସ୍ତାନୀ ନୋଟ୍‌ ପାଇଥିଲେ । ଏଥିରେ ଲେଖାଥିଲା ଯେ, "ମନ୍ଦିରର ପୂଜକକୁ ବାରମ୍ବାର ଟଙ୍କା ପଠାଇବା ଲାଗି କୁହାଯାଉଥିଲେ ସୁଦ୍ଧା ସେ ପଠାଉନାହିଁ । ଯଦି ସେ 5 କୋଟି ଟଙ୍କା ନ ଦିଏ, ତେବେ ତାକୁ ହତ୍ୟା କରାଯିବ ।"

ଏହା ବି ପଢନ୍ତୁ-ଅମୃତସରରେ ପାକିସ୍ତାନୀ ନାଗରିକ ଗିରଫ, ଜେରା ପରେ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କଲା BSF

ଏହି ନୋଟ୍‌ରେ ଆଶାନିଲ ମହାରାଜଙ୍କ ନାମ ଲେଖାଥିବା ବେଳେ ସେ ଶ୍ରଦ୍ଧାଳୁଙ୍କ ଠାରୁ ଦାନ ବାବଦରେ ଅନେକ ଅର୍ଥ ନେଇଛନ୍ତି । ଏଣୁ ତାଙ୍କୁ 5 କୋଟି ଟଙ୍କା ଦେବା ଲାଗି ଦୁର୍ବୃତ୍ତମାନେ ଉକ୍ତ ନୋଟ୍‌ରେ ଉଲ୍ଲେଖ କରିଥିଲେ । ଏହି ହତ୍ୟା ଧମକପୂର୍ଣ୍ଣ କରେନ୍ସି ନୋଟ୍‌ ପାଇବା ପରେ ଆଶାନିଲ ମହାରାଜ କହିଛନ୍ତି, "ମୋତେ ପୂର୍ବରୁ ମଧ୍ୟ ଅନେକ ଥର ହତ୍ୟା ଧମକ ଆସିଛି । ମୋତେ ଅମୃତସର ପୋଲିସ କମିଶନର ଓ ସ୍ଥାନୀୟ ପୋଲିସ ଷ୍ଟେସନ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ଯିଏ ବି ଏହି ହତ୍ୟା ଧମକ ଦେଇଛି ତାକୁ ପୋଲିସ ତୁରନ୍ତ ଗିରଫ କରିବ ବୋଲି ମୁଁ ଆଶା ରଖିଛି । "

ଏହା ବି ପଢନ୍ତୁ- Pakistani intruder arrested: ଅମୃତସରରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ

ଗତ ବର୍ଷ ମଧ୍ୟ ତାଙ୍କୁ ଏଭଳି ହତ୍ୟା ଧମକ ଆସିଥିଲା । କେହି ଦୁର୍ବୃତ୍ତ ତାଙ୍କୁ 5 ଲକ୍ଷ ଟଙ୍କା ଦେବା ଲାଗି ଦାବି କରିଥିଲା । ପୂଜକଙ୍କଠାରୁ ଏହି ଅଭିଯୋଗ ଗ୍ରହଣ କରି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ମନ୍ଦିରରେ ମୋଟ 5ଟି ଦାନବାକ୍ସ ରହିଛି । ସେପଟେ ମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି ଯେ ଆଗକୁ ନବରାତ୍ରି ଥିବାରୁ ମନ୍ଦିରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବେ । ତେବେ ପୋଲିସ ଏ ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ଏହାସହ ଏହି ଘଟଣାରେ ତଦନ୍ତ ଲାଗି ପୋଲିସକୁ ମନ୍ଦିର ପରିଚାଳନା କମିଟି ସମ୍ପୂର୍ଣ୍ଣ ସହାୟତା କରୁଥିବା ସେ କହିଛନ୍ତି ।

ABOUT THE AUTHOR

...view details