ନୂଆଦିଲ୍ଲୀ: କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ (LPG cylinders Price) 135 ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ୧୯ କେଜି ଏଲପିଜି ସିଲିଣ୍ତର ଏବେ ୨,୨୧୯ ଟଙ୍କାରେ ବିକ୍ରି ହେବ । ସେହିପରି କୋଲକାତାରେ ଦର ୨,୩୨୨, ମୁମ୍ବାଇରେ ଦର ୨୧୭୧.୫୦ ଓ ଚେନ୍ନାଇରେ ୨୩୭୩ ଟଙ୍କାରେ ବିକ୍ରୟ ହେବ । ଏହି ନୂଆ ଦର ଆଜିଠାରୁ ଲାଗୁ ହେବ ।
LPG Cylinder Price: ଆଶ୍ବସ୍ତି ! କମିଲା ବ୍ୟବସାୟିକ LPG ସିଲିଣ୍ଡର ଦାମ୍ - କମିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍
ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ୨୨୧୯, କୋଲକାତାରେ ୨୩୨୨ ଓ ମୁମ୍ବାଇରେ ସିଲିଣ୍ଡର ଦାମ ୨୧୭୧.୫୦ ଟଙ୍କା ରହିଛି । ଆଜିଠୁ ନୂଆଦର ଲାଗୁ । ଅଧିକ ପଢନ୍ତୁ
Lpg Cylinder Price Update;କମିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍
ତେବେ, ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ ଚଳିତ ମାସ 1 ତାରିଖରେ ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ 102.50 ଟଙ୍କା ବୃଦ୍ଧି ହୋଇଥିଲା । ଏହାପୂର୍ବରୁ ଏପ୍ରିଲ 1ରେ 19 କେଜି ଏଲପିଜି ସିଲିଣ୍ଡର ପିଛା 250 ଟଙ୍କା ବୃଦ୍ଧି ପାଇ 2,253 ଟଙ୍କାରେ ବିକ୍ରି ହେଉଥିଲା । ମାର୍ଚ୍ଚରେ କମର୍ସିଆଲ୍ ଏଲପିଜି ସିଲିଣ୍ତର ମୂଲ୍ୟ 105 ଟଙ୍କା ବୃଦ୍ଧି କରାଯାଇଥିଲା ।