ଭୁବନେଶ୍ବର: ମହାମାରୀ ସଙ୍କଟ ସମୟରେ ସଞ୍ଜିବନୀ ଯୋଗାଇ ଅନ୍ୟ ରାଜ୍ୟ ଆଗରେ ଉଦାହରଣ ପାଲଟିଥିବା ଓଡିଶା ଏବେ କୋଭିଡ ବିରୋଧରେ ଜାରି ରଖିଛି ନିରବଚ୍ଛିନ୍ନ ଯୁଦ୍ଧ । ଏହି ଯୁଦ୍ଧରେ ସାମିଲ ହୋଇ ଦିନରାତି ଜନସାଧାରଣଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆଉ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉଛି ଟିକା । ଓଡିଶାର ଏଭିଳ ପ୍ରୟାସ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ଭାରତୀୟ ପ୍ରେସ ପରିଷଦ (ପ୍ରେସ କାଉନସିଲ ଅଫ ଇଣ୍ଡିଆ) ।
ପ୍ରେସ କାଉନସିଲ ଅଫ ଇଣ୍ଡିଆ (PCI) ଗୁରୁବାର କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ କରିଥିବା ସୁପାରିଶକୁ ଦୋହରାଇଛି । ସାମ୍ବାଦିକମାନଙ୍କୁ କୋରୋନା ଯୋଦ୍ଧା ବର୍ଗରେ ଅନ୍ତର୍ଭୁକ୍ତ କରାଯିବା ସହ ସେମାନଙ୍କୁ ବୀମା ସୁରକ୍ଷା ଦେବାକୁ ଦାବି କରିଛି ପିସିଆଇ ।