ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ପ୍ରୋଟୋକଲ ତଥ୍ୟ ଲିକ୍, ୟୁପି ପୋଲିସର ତଦନ୍ତ ନିର୍ଦ୍ଦେଶ - ଉତ୍ତର ପ୍ରଦେଶ ଗସ୍ତରେ ରାଷ୍ଟ୍ରପତି

୨ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଥିବା ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ପ୍ରୋଟୋକଲର ତଥ୍ୟ ଲିକ୍ । ତତ୍କାଳ ତଦନ୍ତ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ପୋଲିସ । ଅଧିକ ପଢନ୍ତୁ

President Kanpur Visit Security Details Leaked: ତଦନ୍ତ ନିର୍ଦ୍ଦେଶ
President Kanpur Visit Security Details Leaked: ତଦନ୍ତ ନିର୍ଦ୍ଦେଶ

By

Published : Nov 24, 2021, 10:43 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ(President up Visit)ରେ ଥିବାବେଳେ ଗସ୍ତର ସୁରକ୍ଷା ବ୍ୟବସ୍ଥା ପ୍ରୋଟୋକଲ ସମ୍ପର୍କିତ କିଛି ତଥ୍ୟ (Security Details of President Kanpur Visit) ଲିକ ହୋଇଥିବା ସୂଚନା ମିଳିଛି । ଏପରି ତଥ୍ୟ ଜଣାପଡିବା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଉତ୍ତରପ୍ରଦେଶ ପୋଲିସ । ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କିତ କାର୍ଯ୍ୟସୂଚୀ କିଛି ହ୍ବାଟ୍ସଆପ ଗ୍ରୁପ ମାଧ୍ୟମରେ ପ୍ରଘଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ସମୟରେ ପ୍ରୋଟୋକଲ ଅନୁସାରେ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଥିବାବେଳେ ଏହି ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ (Security Details of President Kanpur Visit )କେବଳ ଉଚ୍ଚପଦସ୍ତ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚାଯାଇଥିଲା । ତେବେ ଏହି ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହ୍ବାଟ୍ସଆପରେ ଘୁରି ବୁଲୁଥିବା ଦେଖିବାକୁ ମିଳିବା ପରେ କାନପୁର ପୋଲିସ କମିଶନର ଅସୀମ ଅରୁଣ ଏହି ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କିତ ପ୍ରୋଟୋକଲକୁ ସାର୍ବଜନୀନ କରିଥିବା ଦାୟୀ ଅଧିକାରୀଙ୍କୁ ତୁରନ୍ତ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୂର୍ବତନ ସାଂସଦ ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଳନରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତ(president kovind in up)ରେ ଅଛନ୍ତି । ରାଷ୍ଟ୍ରପତି (President ramnath kovind )ପହଞ୍ଚିବା ପରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଆସନ୍ତାକାଲି(ଗୁରୁବାର) ରାଷ୍ଟ୍ରପତି କୋବିନ୍ଦ ହାରକୋର୍ଟ ବଟଲର ବୈଷୟିକ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details