ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସରଗରମ ରାଜନୀତି । ବିରୋଧୀ ଓ ବିଜେପି ତାର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ବିରୋଧୀ ପ୍ରାର୍ଥୀ ହୋଇଥିବା ବେଳେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଧର୍ମ ସଙ୍କଟରେ ପଡିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା । ଗୋଟିଏ ପଟେ ପାର୍ଟି ଓ ଅନ୍ୟପଟେ ପିତା । ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଜୟନ୍ତଙ୍କ ବାପା । ତେବେ ଜୟନ୍ତ ସିହ୍ନା କହାକୁ ଭୋଟ ଦେବେ କାହାର ହେଲେ ପାର୍ଟିର ନା ପରିବାରର ସେ ନେଇ ଦ୍ବନ୍ଦରେ ପଡିଯାଇଛନ୍ତି ।
Presidential Polls: ଧର୍ମ ସଙ୍କଟରେ ଜୟନ୍ତ ସିହ୍ନା, କାହାକୁ ଦେବେ ଭୋଟ ପିତା ନା ପାର୍ଟି - ରାଷ୍ଟ୍ରପତି ନିର୍ବାଚନ
ଧର୍ମ ସଙ୍କଟରେ ପଡିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା । ଗୋଟିଏ ପଟେ ପାର୍ଟି ଓ ଅନ୍ୟପଟେ ପିତା । ଜୟନ୍ତ ସିହ୍ନା କାହାକୁ ଭୋଟ ଦେବେ, କାହାର ହେଲେ ପାର୍ଟିର ନା ପରିବାରର ସେ ନେଇ ଦ୍ବନ୍ଦରେ ପଡିଯାଇଛନ୍ତି । ଅଧିକ ପଢନ୍ତୁ
ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟନ୍ତ ସିହ୍ନା । ଟ୍ବିଟ କରି ଜୟନ୍ତ ଲେଖିଛନ୍ତି, '' ଏନଡିଏ ପକ୍ଷରୁ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ତାଙ୍କ ଜୀବନ ଜନତାଙ୍କ ପାଇଁ ସର୍ବାଦା ସମର୍ପିତ । ଏ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟ ନଡ୍ଡାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଜୟନ୍ତ ସିହ୍ନା ।
ବିରୋଧୀ ଜୟନ୍ତ ସିହ୍ନା ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ଏ ନେଇ ଜୟନ୍ତ କହିଛନ୍ତି, ମୋ ପିତା ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ମୋର ନିବେଦନ କି ସମସ୍ତେ ଏହାକୁ ପାରିବାରିକ ମାମଲା ନ ବନାନ୍ତୁ । ମୋତେ କେବଳ ପୁତ୍ର ହିସାବରେ ନ ଦେଖନ୍ତୁ । ମୁଁ ବିଜେପି କାର୍ଯ୍ୟକର୍ତ୍ତାର ସାଂସଦ । ମୁଁ ମୋର ସାମ୍ବିଧାନିକ ଦାୟିତ୍ବ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଜୟନ୍ତ । ଏଠି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ବାସ୍ତବରେ ଜୟନ୍ତ ପାର୍ଟିର ହେବେ ନା ପରିବାରର ।