ଓଡିଶା

odisha

ETV Bharat / bharat

Presidential election: NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ TDPର ସମର୍ଥନ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ ଦେବ TDP । ଗତକାଲି ଦଳୀୟ ବୈଠକ ପରେ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଘୋଷଣା । ପୂର୍ବରୁ YSR କଂଗ୍ରେସ ମଧ୍ୟ ଘୋଷଣା କରିସାରିଛି ସମର୍ଥନ । ଅଧିକ ପଢନ୍ତୁ

By

Published : Jul 12, 2022, 9:32 AM IST

Presidential election: NDA ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ ଦେବେ TDP
Presidential election: NDA ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ ଦେବେ TDP

ଅମରାବତୀ:ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି, ବିଜେପି ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ ସମର୍ଥନ ମଧ୍ୟ ଦେବାରେ ଲାଗିଛନ୍ତି । ସେହିକ୍ରମରେ ସାମିଲ ହୋଇଛି ଆନ୍ଧ୍ରର TDP । ଗତକାଲି (ସୋମବାର) ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ଦଳର ଏକ ବୈଠକ ପରେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏନେଇ ଘୋଷଣା କରିଛନ୍ତି ।

ଦଳର ଆଭିମୁଖ୍ୟ ରଖିବା ସମୟରେ ନାଇଡୁ କହିଛନ୍ତି, ଦଳ ସବୁବେଳ ସାମାଜିକ ନ୍ୟାୟକୁ ପ୍ରାଧାନ୍ୟ ଦେଇଆସିଛି । ପୂର୍ବରୁ ମଧ୍ୟ ଦଳ ରାଷ୍ଟ୍ରପତି ନିର୍ବାଚନରେ କେ.ନାରାୟଣ ଓ ଏ.ପି.ଜେ ଅବଦ୍ଦୁଲ କଲାମଙ୍କୁ ସମର୍ଥନ ଦେଇଥିଲା । ସମାନ ଆଭିମୁଖ୍ୟ ସହ ଦ୍ରୌପଦୀ ମୁର୍ମୁଙ୍କୁ ଦଳ ସମର୍ଥନ କରିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଛି । ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ମୁର୍ମୁ ଅବସ୍ଥାପିତ ହେବାକୁ ଯାଉଥିବା ମଧ୍ୟ କହିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

TDPର ବର୍ତ୍ତମାନ ଉଚ୍ଚସଦନ ରାଜ୍ୟସଭାରେ ମାତ୍ର ଜଣେ ସଦସ୍ୟ ଓ ଲୋକସଭାରେ 3 ସାଂସଦ ରହିଛନ୍ତି । ସେହିପରି ରାଜ୍ୟ ବିଧାନମଣ୍ଡଳରେ 23 ସଦସ୍ୟ ରହିଛନ୍ତି । ରାଜ୍ୟରେ ଶାସନରେ ଥିବା ଜଗନ ମୋହନ ରେଡ୍ଡୀ ନେତୃତ୍ବାଧୀନ YSR କଂଗ୍ରେସ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛି । ଏମାନଙ୍କ ବ୍ୟତୀତ ବିଜେଡି, ପଞ୍ଜାବର ଶିରୋମଣୀ ଅକାଳୀ ଦଳ ମଧ୍ୟ ଏନଡିଏ ସପକ୍ଷରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details