ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କ ସମ୍ବୋଧନ ବାସ୍ତବତାଠୁ ଦୂରରେ, ନଥିଲା ରଣନୈତିକ ଦୃଷ୍ଟିକୋଣ: ରାହୁଲ ଗାନ୍ଧୀ - ସଂସଦରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

ରାଷ୍ଟ୍ରପତିଙ୍କ ବଜେଟ ଅଭିଭାଷଣ ଉପରେ ଲୋକସଭାରେ ମତ ରଖିଲେ ରାହୁଲ । କହିଲେ ଦେଶର ବର୍ତ୍ତମାନ ସ୍ଥିତିକୁ ସମ୍ବୋଧନରେ ମିଳିନି ସ୍ଥାନ । ଦେଶରେ ବେକାରୀ ଓ ଆର୍ଥିକ ଅସମତା ବଢିବାରେ ଲାଗିଛି । ପେଗାସସ ଓ କୃଷକ ଆନ୍ଦୋଳନ କଥା ମଧ୍ୟ ଉଠାଇ ସରକାରଙ୍କୁ କଲେ ସମାଲୋଚନା । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ସମ୍ବୋଧନ ବାସ୍ତବତା ଠାରୁ ଦୂରରେ, ନଥିଲା ରଣନୈତିକ ଦୃଷ୍ଟିକୋଣ: ରାହୁଲ ଗାନ୍ଧୀ
ରାଷ୍ଟ୍ରପତିଙ୍କ ସମ୍ବୋଧନ ବାସ୍ତବତା ଠାରୁ ଦୂରରେ, ନଥିଲା ରଣନୈତିକ ଦୃଷ୍ଟିକୋଣ: ରାହୁଲ ଗାନ୍ଧୀ

By

Published : Feb 2, 2022, 9:07 PM IST

ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କ ବଜେଟ ଅଧିବେଶନ ସମ୍ବୋଧନରେ ରଣନୀତିକ ଦୃଷ୍ଟିକୋଣର ଅଭାବ ଥିଲା । ବର୍ତ୍ତମାନ ଦେଶରେ ଭୁଲ ଅର୍ଥନୈତିକ ନୀତିରୁ ଦୁଇଟି ଶ୍ରେଣୀ ସୃଷ୍ଟି ହେବାରେ ଲାଗିଲାଣି । ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବଢିବାରେ ଲାଗିଛି । ଏହି ବ୍ୟବଧାନକୁ ରାଷ୍ଟ୍ରପତି ତାଙ୍କ ବଜେଟ ଅଧିବେଶନ ସମ୍ବୋଧନରେ ସ୍ଥାନ ଦେଇନାହାନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସମ୍ବୋଧନରେ ସ୍ଥାନ ପାଇନି ଦେଶର ବାସ୍ତବିକ ସ୍ଥିତି:-

ରାହୁଲ କହିଛନ୍ତି ରାଷ୍ଟ୍ରପତିଙ୍କ ସମ୍ବୋଧନ ବର୍ତ୍ତମାନ ଦେଶର ବାସ୍ତବିକ ସ୍ଥିତି ଠାରୁ ଖୁବ ଦୂରରେ ଥିଲା । ଦୁର୍ଭାଗ୍ୟବଶତଃ ସରକାର ଯାହା କରିଥିବା ଦାବି କରୁଛନ୍ତି କେବଳ ତାହାର ଏକ ଲମ୍ବା ତାଲିକା ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ସ୍ଥାନ ଦେଇଛନ୍ତି । ପ୍ରକୃତ ପ୍ରସଙ୍ଗ ଯାହା ଆଶା କରାଯାଉଥିଲା ତାହା ସମ୍ବୋଧନରେ ନଥିଲା ବୋଲି ରାହୁଲ କହିଛନ୍ତି ।

ବଢିଛି ବେକାରୀ ସମସ୍ୟା:-

ଗତବର୍ଷ ଦେଶରେ 3 କୋଟି ଯୁବକ ଚାକିରୀ ହରାଇଥିଲେ କିନ୍ତୁ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବେକାରୀ ବିଷୟରେ କୌଣସି ଉଲ୍ଲେଖ ନଥିଲା । ରାହୁଲ ଆହୁରି ମଧ୍ୟ କହିଥିଲେ କହିଛନ୍ତି ଯେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଦଶ ବର୍ଷ ମଧ୍ୟରେ 27 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବାରେ ସଫଳ ହୋଇଥିଲା, କିନ୍ତୁ ବର୍ତ୍ତମାନର ମୋଦି ସରକାର 23 କୋଟି ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛନ୍ତି ।

ଦେଶରେ ଆର୍ଥିକ ଅସମତା ବଢିବାରେ ଲାଗିଛି:-

ମୋଦି ସରକାରଙ୍କ ବିମୁଦ୍ରୀକରଣ ଏବଂ ଜିଏସଟି ପରି ନିଷ୍ପତ୍ତି ଅଣସଂଗଠିତ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି, ଯାହା ଭାରତରେ ଦୁଇଟି ଆର୍ଥିକ ଶ୍ରେଣୀ ସୃଷ୍ଟି କରିଛି । ଗୋଟିଏ ପଟେ ପୁଞ୍ଜୀପତି ରହିଥିବା ବେଳେ ଆଉ ଗୋଟିଏ ପଟେ ସାଧାରଣ ଆର୍ଥିକ ପଛୁଆ ବର୍ଗ ରହିଛନ୍ତି । ସରକାରଙ୍କ ଭୁଲ ଅର୍ଥନୀତି ପାଇଁ ଉଭୟ ବର୍ଗ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଭାରତ ଦୁଇ ଆର୍ଥିକ ଶ୍ରଣୀରେ ଭାଗ ହେବାକୁ ବସିଥିବା ପରି ସ୍ଥିତି ସୃଷ୍ଟି ହେଲାଣି ବୋଲି କହିଛନ୍ତି ରାହୁଲ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଭାରତକୁ ଏକ ରାଷ୍ଟ୍ର ପରିବର୍ତ୍ତେ ରାଜ୍ୟମାନଙ୍କ ସଂଘ ବୋଲି ଦର୍ଶାଯାଇଛି । ଇତିହାସ ବିଷୟରେ ସରକାରଙ୍କର କୌଣସି ଜ୍ଞାନ ନାହିଁ । ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସଂସ୍କୃତି, ଭାଷା ଏବଂ ଇତିହାସ ରହିଛି । ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ର କୌଣସି ଚାପ ପକାଇ ପାରିବ ନାହିଁ ବୋଲି କହିଛନ୍ତି ରାହୁଲ ।

ପେଗାସସ୍ ଓ କୃଷକ ପ୍ରସଙ୍ଗ:-

ସେହିପରି ରାହୁଲ ଗତବର୍ଷର ସବୁଠୁ ବିବାଦୀୟ ପ୍ରସଙ୍ଗ କୃଷକ ଆନ୍ଦୋଳନ ଏବଂ ପେଗାସସ୍ ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇଛନ୍ତି । କୃଷକମାନେ ରାସ୍ତାରେ ବସିଥିଲେ, କିନ୍ତୁ ସରକାର ସେମାନଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେଲେ ନାହିଁ । ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଦେଶର ଅନୁଷ୍ଠାନଗୁଡିକ ନଷ୍ଟ କରାଯାଉଛି । ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହି ସଫ୍ଟଓ୍ବେୟାରକୁ ପ୍ରଧାନମନ୍ତ୍ରୀ ଇସ୍ରାଏଲକୁ ଆଣି ଗୁପ୍ତଚରି କାର୍ଯ୍ୟରେ ବ୍ୟବହାର କରିଥିବା ମଧ୍ୟ କହିଛନ୍ତି ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details