ଓଡିଶା

odisha

ETV Bharat / bharat

ତାମିଲନାଡୁରେ ରାଷ୍ଟ୍ରପତି ମୁର୍ମୁ: ମିନାକ୍ଷୀ ମନ୍ଦିରରେ କଲେ ଦର୍ଶନ, ସଂଧ୍ୟାରେ ଇସା ଫାଉଣ୍ଡେସନ ଗସ୍ତ

ତାମିଲନାଡୁ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରରେ ଦର୍ଶନ କରିଛନ୍ତି । ସଂଧ୍ୟାରେ କୋଇମ୍ବାଟୁର ଯାଇ ଆଦିଯୋଗୀ ପୀଠରେ ମହାଶିବରାତ୍ରି କାର୍ଯ୍ୟକ୍ରମରେ ହେବେ ସାମିଲ୍‌ । ଅଧିକ ପଢନ୍ତୁ

By

Published : Feb 18, 2023, 6:07 PM IST

ମିନାକ୍ଷୀ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତି
ମିନାକ୍ଷୀ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତି

ଚେନ୍ନାଇ:ପ୍ରଥମ ଥର ପାଇଁ ତାମିଲନାଡୁ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରରେ ଦର୍ଶନ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ତାମିଲନାଡୁ ଗସ୍ତ ।

ମନ୍ଦିର ପରିସର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି

ମଦୁରାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପ୍ରୋଟୋକଲ ଅନୁସାରେ, ରାଜ୍ୟପାଳ ଟି.ଏନ ରବି, ସରକାରଙ୍କ ପ୍ରତିନିଧି ଭାବେ ରାଜ୍ୟ ଆଟି ମନ୍ତ୍ରୀ ଟି.ଏମ ଥଙ୍ଗରାଜ ପ୍ରମୁଖ ସ୍ବାଗତ କରିଥିଲେ । ପରେ ତାଙ୍କ କାରକେଡ ମିନାକ୍ଷୀ ମନ୍ଦିର ଅଭିମୁଖେ ବାହାରିଥିଲା । ମନ୍ଦିରରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସାଧାରଣ ଦର୍ଶନ ସାମୟିକ ଭାବେ ବନ୍ଦ ରଖାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିପରି ସହରରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ଓ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ ।

ମନ୍ଦିର ପରିସର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି

ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ମୁର୍ମୁ ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ଅମନ ମନ୍ଦିରରେ ଦର୍ଶନ କରି ତାମିଲନାଡୁ ଗସ୍ତ ଆରମ୍ଭ କିରଛନ୍ତି । ସେ ମନ୍ଦିରରେ ସମସ୍ତଙ୍କ ପାଇଁ ଶାନ୍ତି ସମୃଦ୍ଧି ପ୍ରାର୍ଥନା କରିଛନ୍ତି ବୋଲି ରାଷ୍ଟ୍ରପତି ଭବନ କହିଛି । ଏହା ସହ ମନ୍ଦିର ପରିଦର୍ଶନ ସମୟର ଏକାଧିକ ଫଟୋ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ସେୟାର କରାଯାଇଛି । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ମଦୁରାଇ ସହରବାସୀଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ମନ୍ଦିର ରେଜିଷ୍ଟରରେ ବାର୍ତ୍ତା ଲେଖୁଛନ୍ତି ରାଷ୍ଟ୍ରପତି

ଆଜି ମିନାକ୍ଷୀ ମନ୍ଦିରରୁ ଦର୍ଶନ ଆରମ୍ଭ କରିଥିବା ରାଷ୍ଟ୍ରପତି ମୁର୍ମୁ ସଂଧ୍ୟାରେ କୋଏମ୍ବାଟୁର ଗସ୍ତ କରିବେ । ସେ ସେଠାରେ ମହାଶିବରାତ୍ରି ଅବସରରେ ଇସା ଫାଉଣ୍ଡସେନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଇସା ୟୋଗା ସେଣ୍ଟର ପକ୍ଷରୁ ପ୍ରତିବର୍ଷ ମହାଶିବରାତ୍ରିରେ ଆଦିଯୋଗୀ ପୀଠରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାଶିବରାତ୍ରି କାର୍ଯ୍ୟକ୍ରମରେ ଅତିଥି ହୋଇସାରିଥିବା ବେଳେ ଚଳିତଥର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରୁଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁର୍ମୁଙ୍କର ପ୍ରଥମ ତାମିଲନାଡୁ ଗସ୍ତ । କାର୍ଯ୍ୟକ୍ରମ ପାଇଁ କୋଏମ୍ବାଟୁରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତାମିଲନାଡୁରେ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details