ଓଡିଶା

odisha

ଆଜି ମହାବୀର ଜୟନ୍ତୀ, ଦେଶବାସୀଙ୍କୁ ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Apr 25, 2021, 9:47 AM IST

ଆଜି ସାରା ଦେଶରେ ପାଳନ କରାଯାଉଛି 24 ତମ ମହାବୀରଙ୍କ ଜୟନ୍ତୀ । ଏନେଇ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ମହାବୀର ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଶୁଭେଚ୍ଛା
ମହାବୀର ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ କରାଯାଉଛି 24 ତମ ମହାବୀରଙ୍କ ଜୟନ୍ତୀ । ମହାବୀର ଜୟନ୍ତୀ ଜୈନ ସମ୍ପ୍ରଦାୟ ପାଇଁ ଅନ୍ୟତମ ଶୁଭ ଦିନ ଭାବରେ ପରିଗଣିତ ହୁଏ ଏବଂ ସେମାନଙ୍କର ଧାର୍ମିକ ଜୀବନରେ ବହୁ ଗୁରୁତ୍ବ ବହନ କରେ । ତେବେ ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଜୈନ ସମ୍ପ୍ରଦାୟକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ପ୍ରଭୁ ମହାବୀର 'ଅହିଂସା', 'ଅହିଂସା ପରମ ଧର୍ମ’ ଏବଂ ବଞ୍ଚନ୍ତୁ ଏବଂ ବଞ୍ଚିବାକୁ ଦିଅନ୍ତୁ’ ଆଦର୍ଶ ମାଧ୍ୟମରେ ମାନବିକତାକୁ ଏକ ନୂତନ ପଥ ଦେଖାଇଲେ । ଏନେଇ କୋବିନ୍ଦ ସମସ୍ତଙ୍କୁ ପ୍ରଭୁ ମହାବୀରଙ୍କ ଶିକ୍ଷା ଅନୁସରଣ କରିବାକୁ ଏବଂ ସାମୂହିକ ଅନୁଶାସନ ଆଧାରରେ କୋଭିଡକୁ ପରାସ୍ତ କରିବାକୁ ପ୍ରତିଶୃତି ଦେବା ବୋଲି ରାଷ୍ଟ୍ରପତି ଏକ ଟ୍ବିଟ କରି କହିଛନ୍ତି ।

ଆଜି ମହାବୀର ଜୟନ୍ତୀ, ଦେଶବାସୀଙ୍କୁ ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ତ୍ୟାଗ, ତୀବ୍ରତା, ସତ୍ୟ ଏବଂ ଅହିଂସାର ଚିରସ୍ଥାୟୀ ପ୍ରତୀକ ଭଗବାନ ମହାବୀର, କର୍ମକୁ ପ୍ରାଥମିକତା ଦେଇ ପରିପୂର୍ଣ୍ଣ ଶିକ୍ଷା ସହିତ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ବାଟ ଖୋଲିଥିଲେ । ତାଙ୍କ ଜୀବନ ଏବଂ ଚିନ୍ତାଧାରା ସବୁବେଳେ ଆମକୁ ମାର୍ଗଦର୍ଶନ କରିଥାଏ ବୋଲି ଶାହା ଟ୍ୟୁଟ କରିଛନ୍ତି ।

ଆଜି ମହାବୀର ଜୟନ୍ତୀ, ଦେଶବାସୀଙ୍କୁ ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ନିତିନ ଗଡକରୀ ଏବଂ ଅନ୍ୟ ମନ୍ତ୍ରୀମାନେ ମହାବୀରଙ୍କ ଜନ୍ମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

@ANI

ABOUT THE AUTHOR

...view details