ଓଡିଶା

odisha

By

Published : Nov 24, 2021, 9:32 AM IST

ETV Bharat / bharat

President UP Visit: ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President UP Visit )। ଅଧିକ ପଢନ୍ତୁ

ରାଷ୍ଟ୍ରପତି ରାମନାଥ କୋବିନ୍ଦ
ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ:ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President UP Visit)। ଆଜି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ramnath Kovind) । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ପରେ ନଭେମ୍ବର ୨୫ରେ ହାରକୋର୍ଟ ବଟଲର ବୈଷୟିକ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ୟୁପିର ଗୌତମ ନଗର ଜେୱାରେ ଥିବା ନୋଏଡା ଅନ୍ତର୍ଜୀତୀୟ ବିମାନବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରକାଶ ଥାଉ କି, ଗତ 16 ତାରିଖରେ ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି । ଚଣ୍ଡିଗଡର ପଞ୍ଜାବ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବା ସହ ହରିୟାଣାର ଭିୱାନୀ ଜିଲ୍ଲାର ସୁଇ ଗାଁ ପରିଦର୍ଶନ କରିଥିଲେ । ଏହାସହ ସେଠାକାର ଜନସାଧାରଣଙ୍କ ପାଇଁ ଥିବା କିଛି ପ୍ରକଳ୍ପ ଓ ସୁବିଧାର ଶୁଭାରମ୍ଭ କରିଥିଲେ ।

@ANI

ABOUT THE AUTHOR

...view details