ଓଡିଶା

odisha

ETV Bharat / bharat

Easter 2022: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ଇଷ୍ଟର ଶୁଭେଚ୍ଛା ଜଣାଇଲେ ରାଷ୍ଟପତି

ଆଜି ହେଉଛି ପବିତ୍ର ଇଷ୍ଟର । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସବ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

president ramnath kovind and pm modi greets people on easter
Easter 2022: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟପତି ଓ ପ୍ରଧାନମନ୍ତ୍ରୀ

By

Published : Apr 17, 2022, 10:11 AM IST

ନୂଆଦିଲ୍ଲୀ:ଆଜି ହେଉଛି ପବିତ୍ର ଇଷ୍ଟର । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି,"ସଭିଙ୍କୁ ପବିତ୍ର ଇଷ୍ଟରର ଶୁଭେଚ୍ଛା । ଏହା ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ପାଳନ କରିବାର ଉତ୍ସବ। ଇଷ୍ଟର ଆମକୁ କ୍ଷମା, ବଳିଦାନ ଏବଂ ପ୍ରେମର ପଥ ଅନୁସରଣ କରିବାକୁ ପ୍ରେରଣା ଦିଏ । ଯୀଶୁ ସମସ୍ତଙ୍କୁ ଶିକ୍ଷା ସମଗ୍ର ମାନବିକତାର ଉନ୍ନତି ପାଇଁ ଏକତ୍ର କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତୁ" ।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଇଷ୍ଟରର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ସମସ୍ତଙ୍କୁ ଅଷ୍ଟରର ଶୁଭେଚ୍ଛା ଓ ଅଭିନନ୍ଦନ। ଆମେ ଯୀଶୁ ଖ୍ରୀଷ୍ଟଙ୍କ ଚିନ୍ତାଧାରା, ଆଦର୍ଶ, ସାମାଜିକ ନ୍ୟାୟ ଏବଂ ଦୟା ମନୋବୃତ୍ତିକୁ ମନେ ପକାଉଛୁ । ଏହିପରି ଭାବରେ ଆମ ସମାଜରେ ଆନନ୍ଦ ଏବଂ ଭାଇଚାରା ବୃଦ୍ଧି ହେଉ"। ମୃତ୍ୟୁ ଉପରେ ବିଜୟ ହାସଲ କରିବା ଦିବସ ହେଉଛି ପବିତ୍ର ଇଷ୍ଟର । ଦୀର୍ଘ ଦୁଇ ବର୍ଷ ପରେ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନାକୁ ଅନୁମତି ମିଳିଥିବାରୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ପରିଲଖିତ ହୋଇଛି।

ଇଷ୍ଟରକୁ ଗୁଡ଼ ଫ୍ରାଇଡେର ତୃତୀୟ ଦିନରେ ପାଳନ କରାଯାଇଥାଏ । ବାଟବଣା ଲୋକଙ୍କୁ ରାସ୍ତା ଦେଖାଇବାକୁ ଯେଉଁଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଥିଲେ ସେହିଦିନକୁ ଇଷ୍ଟର ଭାବେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details