ଓଡିଶା

odisha

ETV Bharat / bharat

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା
ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା

By

Published : Nov 4, 2021, 9:20 AM IST

ନୂଆଦିଲ୍ଲୀ:ଆଜି ଆଲୋକର ପର୍ବ ଦୀପାବଳି । ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ପୁରପଲ୍ଲୀ । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏକ ପ୍ରମୁଖ ପର୍ବ ଦୀପାବଳୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୀପାବଳି ଶୁଭ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭେଚ୍ଛା ଜଣାଉଛି । ଖରାପ ଉପରେ ଭଲ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି । ଆସନ୍ତୁ ସମସ୍ତେ ଏକାଠି ହେବା, ଏହି ପର୍ବକୁ ଏକ ସ୍ବଚ୍ଛ ଏବଂ ନିରାପଦ ଉପାୟରେ ପାଳନ କରିବା ଏବଂ ପରିବେଶର ସୁରକ୍ଷା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ନେବା ବୋଲି ଟ୍ବିଟ କରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସେହିପରି ପବିତ୍ର ଦୀପାବଳି ଅବସରେ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ଆଣି ଦେଉ ବୋଲି କହିଛନ୍ତି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ଶୁଭ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଖୁସିର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଶା, ସମୃଦ୍ଧିରେ ଆଲୋକିତ ହେଉ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଅନ୍ୟପଟେ ଶୁଭ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା' କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହୁଅନ୍ତୁ । ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ବିକାଶର ଆଲୋକରେ ସମସ୍ତଙ୍କ ଜୀବନକୁ ଉଦଭାସିତ କରିବା ପାଇଁ ଆସନ୍ତୁ ସକଳ୍ପବଦ୍ଧ ହୋଇ କାମ କରିବା । ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ।

ଆଲୋକର ପର୍ବ ଦୀପାବଳୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଏହି ପର୍ବ ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଯାଉ । କୋରୋନା ମହାମାରୀ ପ୍ରକୋପ ହ୍ରାସ ପାଉଥିଲେ ମଧ୍ୟ ଶେଷ ହୋଇନାହିଁ । ଏଣୁ ଦାୟିତ୍ବପୂର୍ଣ୍ଣ ଆଚରଣ ସହ ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details