ମୁମ୍ବାଇ: ଭାରତୀୟ ପ୍ରବନ୍ଧନ ସଂସ୍ଥାନ (IIM)ର ନାଗପୁର କ୍ୟାମ୍ପସ କେବଳ ଏକାଡେମିକ ଟ୍ରେନିଂ ଗ୍ରାଉଣ୍ଡର ଏକ ଉତ୍କୃଷ୍ଟ କେନ୍ଦ୍ର ହେବା ଉଚିତ୍ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଜୀବନ ଧାରଣ ଅଭିଜ୍ଞତାର କେନ୍ଦ୍ର ହେବା ଉଚିତ । ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ସ୍ଥାନ ନୁହେଁ, ବରଂ ଏହା ଏପରି ଏକ ସ୍ଥାନ ଯାହା ବିଦ୍ୟାର୍ଥୀଙ୍କ ଲୁକ୍କାୟିତ ପ୍ରତିଭାକୁ ଉଜ୍ବଳ କରେ ଓ ସାଧାରଣ ଜୀବନରେ ପ୍ରତିଫଳିତ କରାଏ । ମହାରାଷ୍ଟ୍ର ନାଗପୁରରେ IIM ର ନୂତନ ତଥା ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ ଅବସରରେ ଆଜି (ରବିବାର) ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ ।
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ପାଠ୍ୟକ୍ରମ ଆମକୁ ଉଦ୍ଦେଶ୍ୟ, ଅଭିଳାଷ ଏବଂ ଆମର ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ଦେଇଥାଏ । ବର୍ତ୍ତମାନ ସମୟରେ ଛାତ୍ରମାନଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟୋଗୀତା କେବଳ ଟେକ୍ନୋଲୋଜି ମାଧ୍ୟମରେ ଆମ ଜୀବନକୁ ସହଜ କରିନାହିଁ ବରଂ ଅନେକ ଲୋକଙ୍କୁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରୁଛି । ସେ ଆଶାବାଦୀ ମଧ୍ୟ ଯେ, ଆଇଆଇଏମ୍ ନାଗପୁର ଛାତ୍ରମାନଙ୍କ ମଧ୍ୟରେ ଚାକିରୀ ଖୋଜିବା ପରିବର୍ତ୍ତେ ଚାକିରୀ ସୃଷ୍ଟି କରିବାର ମାନସିକତାକୁ ପ୍ରୋତ୍ସାହିତ କରିବ ବୋଲି ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ।