ଓଡିଶା

odisha

ETV Bharat / bharat

ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର - ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନ

ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ (Rajiv Kumar) ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର
ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

By

Published : May 12, 2022, 1:49 PM IST

Updated : May 15, 2022, 1:16 PM IST

ନୂଆଦିଲ୍ଲୀ:ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର (New Chief Election Commissioner) । ରାଷ୍ଟ୍ରପତି ରାମନାଥ କୋବିନ୍ଦରାଜୀବ କୁମାରଙ୍କୁ ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । 15 ମଇରୁ ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ ରାଜୀବ କୁମାର । ଏବେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ରାଜୀବ । ମଇ 14ରେ ଅବସର ନେବେ ସୁଶୀଲ ଚନ୍ଦ୍ରା ।

ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନ

ବିହାର ଝାଡଖଣ୍ଡ କ୍ୟାଡର 1984 ବ୍ୟାଚ ଆଇଏସ ଅଧିକାରୀ ରାଜୀବ କୁମାର 2022 ମେ 15ରୁ 2025 ଫେବୃଆରୀ 18 ଯାଏଁ ମୁଖ୍ୟ ନିର୍ବାଚନ କମିଶନର ପଦ ସମ୍ଭାଳିବେ । ସମ୍ବିଧାନ ଅନୁସାରେ କମିଶନରଙ୍କ କାର୍ଯ୍ୟକାଳ 6 ବର୍ଷ କିମ୍ବା 65 ବର୍ଷ ବୟସ ପର୍ଯ୍ୟନ୍ତ ପରିପାରିବେ ।

କେନ୍ଦ୍ର ଆଇନ ମନ୍ତ୍ରୀ କରିନ ରିଜିଜୁ ଟ୍ବିଟ କରି କହିଛନ୍ତି ସମ୍ବିଧାନ ଧାରା 324ର ଖଣ୍ଡ (2) ଆଧାରରେ ରାଜୀବ କୁମାରଙ୍କୁ ରାଷ୍ଟ୍ରପତି ସିଇସି ଭାବେ ନିଯୁକ୍ତି କରିଛନ୍ତି । ଆସନ୍ତା ମେ 15ରେ ସେ କାର୍ଯ୍ୟଭାର ଗ୍ରହଣ କରିବେ । ଏହା ସହିତ ରାଜୀବ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ।

ପ୍ରକାଶ ଥାଉ କି, ଆଗାମି ଦିନରେ ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ରାଜୀବ କୁମାର ପରିଚାଳନା କରିବେ । ରାଜୀବ କୁମାର 37 ବର୍ଷରୁ ଅଧିକ ଦିନ ସେବା ଯୋଗାଇ ଆସୁଛନ୍ତି । ସେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରରେ କାର୍ଯ୍ୟ କରିଛନ୍ତି । ବି.ଏସସି, ଏଲଏଲବି, ପିଡିଡିଏମ ଓ ଏମଏ ପବ୍ଲିକ ପଲିସି ଭଳି ଡିଗ୍ରୀ ହାସଲ କରିଥିବା ରାଜୀବଙ୍କର ସାମଜିକ କ୍ଷେତ୍ର, ମାନବ ସମ୍ବଳ, ଅର୍ଥ ଏବଂ ବ୍ୟାଙ୍କିଙ୍କ କ୍ଷେତ୍ରରେ ଅଭିଜ୍ଞତା ରହିଛି । ସେ 2020ରେ କେନ୍ଦ୍ର ଅର୍ଥ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । 2020 ସେପ୍ଟେମ୍ବର 1ରେ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

Last Updated : May 15, 2022, 1:16 PM IST

ABOUT THE AUTHOR

...view details