ନୂଆଦିଲ୍ଲୀ:ୟୁରୋପୀୟ ପରିଷଦ (European Council)ର ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ ସଙ୍କଟ ଓ ୟୁକ୍ରେନର ଖାର୍କିଭ ସହରରେ ଆଜି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଭାରତୀୟଙ୍କ ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏହି ଘଟଣାରେ ପରିଷଦ ଅଧ୍ୟକ୍ଷ ମିସେଲ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ସେହିପରି ୟୁକ୍ରେନରେ ଋଷ ଯୁଦ୍ଧନୀତିକୁ ଉଲଙ୍ଘନ କରି ଆକ୍ରମଣ କରୁଥିବାରୁ ସାଧାରଣ ଜନତା ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି ।