ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦୁଇ ଦିନିଆ ଆସାମ ଓ ତ୍ରିପୁରା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( President of India Droupadi Murmu) । ରାଷ୍ଟ୍ରପତି 12 ଅକ୍ଟୋବରରୁ 14 ଅକ୍ଟୋବର ପର୍ଯ୍ୟନ୍ତ ନର୍ଥଇଷ୍ଟ ଗସ୍ତରେ ଯିବେ ।
ଆସନ୍ତାକାଲି( ବୁଧବାର) ରାଷ୍ଚ୍ରପତି ନୂଆଦିଲ୍ଲୀରୁ ସିଧାସଳଖ ତ୍ରିପୁରା ଗସ୍ତରେ ଯିବେ । ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ଭାବେ ରାଷ୍ଟ୍ରପତି ତ୍ରିପୁରା ଷ୍ଟେଟ ଜୁଡିସିଆଲ ଏକାଡେମୀ (Tripura State Judicial Academy) ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଗରତାଲାର ନରସିଂଗଡରେ ଏହି କାର୍ଯ୍ୟକ୍ରମ ରହିଛି । ଏହାପରେ ତ୍ରିପୁରା ବିଧାୟକଙ୍କ ପାଇଁ ନିର୍ମାଣ ହୋଇଥିବା ବିଧାୟକ କଲୋନୀର ଉଦଘାଟନ କରିବେ । ଯାହା ଅଗରତାଲା କ୍ୟାପିଟାଲ କମ୍ପ୍ଲେକ୍ସରେ ନିର୍ମାଣ ହୋଇଛି । ଏତଦ ବ୍ୟତୀତ ରାଷ୍ଚ୍ରପତି ରାଜ୍ୟ ସରକାରଙ୍କ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯେଉଁଥିରେ ରହିଛି ଭିତ୍ତିଭୂମି, ସ୍କୁଲ, ରାସ୍ତା, କଲେଜ, ମ୍ୟୁଜିୟମ, ସାଂସ୍କୃତିକ ସଂଗ୍ରାହାଳୟ । ଏହାସହ ଆଇଆଇଆଇଟି ଅଗରତାଲାର ମଧ୍ୟ ଭିତ୍ତିପ୍ରସ୍ତର ରଖିବେ ରାଷ୍ଟ୍ରପତି ।