ନୂଆଦିଲ୍ଲୀ:ଆଜିଠୁ ଚାରି ଦିନିଆ ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଅଗଷ୍ଟ 8 ତାରିଖରେ ଗସ୍ତ ଶେଷ ହେବା ପରେ ଦିଲ୍ଲୀ ଫେରିଆସିବେ ଦ୍ରୌପଦୀ ମୁର୍ମୁ । ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ଉପରେ ।
ଆଜି ତାମିଲନାଡୁରେ ପହଞ୍ଚିବା ପରେ ପ୍ରଥମେ ମୁଡୁମାଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବେ । ଏହା ପରେ ଆସନ୍ତାକାଲି ( ରବିବାର) ଚେନ୍ନାଇରେ ମାଡ୍ରାସ ବିଶ୍ୱବିଦ୍ୟାଳୟର 165 ତମ ସମାରୋହରେ ସାମିଲ ହୋଇ ସମ୍ବୋଧିତ କରିବେ । ପରେ ଚେନ୍ନାଇର ରାଜ ଭବନରେ ତାମିଲନାଡୁର ପିଭିଟିଜି ସଦସ୍ୟମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହାକାବୀ ସୁବ୍ରମଣ୍ୟମ ଭାରତୀୟାରଙ୍କ ଏକ ଫଟୋକୁ ଉନ୍ମୋଚନ କରିବେ । ପରେ ପରେ ରାଜଭବନର ଦୁର୍ବାର ହଲକୁ ଭାରତୀୟାର ମଣ୍ଡପମ୍ ନାମରେ ନାମକରଣ କରିବେ ।
ଅଗଷ୍ଟ 7 ତାରିଖରେ ରାଷ୍ଟ୍ରପତି ପୁଡୁଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (JIPMER)ର ଲିନିୟର ଆସ୍କେଲେଟରର ଉଦଘାଟନ କରିବେ । ଏହାପରେ ଜାତୀୟ ଆୟୁଷ ମିଶନ ଅନ୍ତର୍ଗତ ଭିଲିଆନୁରରେ ଏକ 50 ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଉଦଘାଟନ କରିବେ । ପୁଡୁଚେରୀ ସରକାରଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।