ହାଇଦ୍ରାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Telangana Visit) ଆଜି (ଡିସେମ୍ବର ୨୬)ଠୁ ୫ଦିନିଆ ତେଲେଙ୍ଗାନା ରାଜ୍ୟକୁ ଗସ୍ତ କରିବେ (Five-day southern sojourn of President) । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ରାମପ୍ପା ଓ ଭଦ୍ରାଚାଲାମ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସହିତ ସ୍ଥାନୀୟ କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ ତେଲେଙ୍ଗାନା ମୁଖ୍ୟ ସଚିବ ସୋମେଶ କୁମାର (Telangana Chief Secretary Somesh Kumar ) ରବିବାର ସୂଚନା ଦେଇଛନ୍ତି ।
ରଙ୍ଗାରେଡ଼ି ଜିଲ୍ଲା କାନ୍ତାଶାନ୍ତି ଭନାମଠାରେ ଶ୍ରୀରାମଚନ୍ଦ୍ର ମିଶନ ପକ୍ଷରୁ ଆୟୋଜିତ ଶ୍ରୀରାମଚନ୍ଦ୍ରଜୀ ମହାରାଜଙ୍କ ବାର୍ଷିକ ଉତ୍ସବ ପାଳିତ ହେବ । ଏହି ଅବସରରେ 'ହର ଦିଲ ଧ୍ୟାନ, ହର ଦିନ୍ ଧ୍ୟାନ' ଅଭିଯାନ (Har Dil Dhyan, Har Din Dhyan campaign)ର ଉଦଘାଟନୀ ଉତ୍ସବରେ ସୋମବାର ରାଷ୍ଟ୍ରପତି ଅଂଶଗ୍ରହଣ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସୋମେଶ କୁମାର ଗତକାଲି କିଛି ଅଧିକାରୀଙ୍କ ସହିତ ଏକ ବୈଠକରେ ସାମିଲ ହୋଇଥିଲେ ।