ଓଡିଶା

odisha

ETV Bharat / bharat

President Murmu To Visit Assam: ଆଜିଠୁ ତିନି ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି - ସୁଖୋଇ ୩୦ ଏମକେଆଇ

ଆଜି ଆସାମ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୮ରେ ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇରୁ ଉଡାଣ ଭରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

By

Published : Apr 6, 2023, 7:26 AM IST

ଗୌହାଟୀ:ଆଜିଠୁ ତିନିଦିନିଆ ଆସାମ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ୮ ତାରିଖ ଯାଏଁ ଆସାମରେ ରହିବେ ରାଷ୍ଟ୍ରପତି । ଏନେଇ ଗତକାଲି(ବୁଧବାର) ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ତେଜପୁର ବିମାନ ଘାଟିରୁ ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇରୁ ଉଡାଣ ଭରିବେ । ପୂର୍ବତନ ରାଷ୍ଟ୍ରପତିଙ୍କ ପରେ ଦୌପଦୀ ମୁର୍ମୁ ଏହି ଯୁଦ୍ଧ ବିମାନରେ ଉଡାଣ ଭରିବେ । ୨୦୦୯ ମସିହାରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଦେଶର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଉଡାଣ କରିଥିଲେ ।

ଆଜିଠୁ ଆସାମ ଗସ୍ତରେ ରାଷ୍ଟ୍ରପତି: ଆଜି ଆସାମରେ ପହଞ୍ଚିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତାକାଲି(ଶୁକ୍ରବାର) ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଜ ଉତ୍ସବ ୨୦୨୩କୁ ଉଦଘାଟନ କରିବେ । ଏହାପରେ ଗୌହାଟୀରେ ମାଉଣ୍ଟ କାଞ୍ଚେଞ୍ଜୁଙ୍ଗା ଅଭିଯାନ-2023କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାସହ ଆସନ୍ତାକାଲି(ଶୁକ୍ରବାର) ହିଁ ଗୌହାଟୀର ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ତେଜପୁର ବିମାନ ଘାଟିରୁ ଯୁଦ୍ଧବିମାନ ସୁଖୋଇ -୩୦ ଏମକେଆଇରୁ ଉଡାଣ ଭରିବେ ।

ଏହା ମଧ୍ୟ ପଢନ୍ତୁ: Karnataka Assembly Election: ଅଭିନେତା କିଚ୍ଚା ସୁଦୀପଙ୍କ ଘୋଷଣା ପରେ ସରଗରମ କର୍ଣ୍ଣାଟକ ରାଜନୀତି

ଏହା ମଧ୍ୟ ପଢନ୍ତୁ: Amazon Book Depository: ଏପ୍ରିଲ 26ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ

ପ୍ରକାଶଥାଉକି, ଯୁଦ୍ଧ ବିମାନରେ ଉଡାଣ ଭରିବା ରାଷ୍ଟପ୍ରତି ମୁର୍ମୁ ଦେଶର ତୃତୀୟ ରାଷ୍ଟ୍ରପତି ହେବେ । ପ୍ରଥମ ଥର ପାଇଁ 'ମିସାଇଲ୍ ମ୍ୟାନ୍' ଭାବରେ ଜଣାଶୁଣା ଡକ୍ଟର ଏପିଜେ ଅବଦୁଲ କଲାମ ଉଡାଣ ଭରିଥିଲେ । ୨୦୦୬ ମସିହା ଜୁନ ୮ ତାରିଖ ଦିନ ଅବଦୁଲ କଲାମ ଭାରତୀୟ ବାୟୁସେନାର ସୁଖୋଇ -30 MKIରେ ଉଡାଣ କରିଥିଲେ । ସେ ଆକାଶରେ ୩୦ ମିନିଟ ଧରି ଉଡିଥିଲେ ।

ତେବେ ଏହା ପୂର୍ବରୁ ଗତ ମାର୍ଚ୍ଚ ୨୭ ତାରିଖରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପଶ୍ଚିମବଙ୍ଗକୁ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details